କନକ ବ୍ୟୁରୋ : ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା । ଭିଜିଲାନ୍ସ କୋର୍ଟ ଦେଇଥିବା ଦଣ୍ଡାଦେଶକୁ କାଏମ ରଖିଲେ ଉଚ୍ଚ ନ୍ୟାୟାଳୟ । ଓଆରଏଚଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଟକ ବାରବାଟୀ ବିଧାୟକ । ତେବେ ଏହି ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ ।

ମୋକିମଙ୍କ ସହ ପୂର୍ବତନ ଆଇଏଏମ୍ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପିୟୁଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ସେପଟେ ଏହି ପ୍ରସଙ୍ଗରେ ମୋକିମ୍ କହିଛନ୍ତି, ସେ ଆଇନକୁ ସମ୍ମାନ ଜଣାଉଛନ୍ତି । ଆଇନଗତ ପ୍ରକ୍ରିୟାରେ ପରବର୍ତୀ ପଦକ୍ଷେପ ନେବେ ।