କନକ ବ୍ୟୁରୋ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ କଂଗ୍ରେସ ଖୁବଶୀଘ୍ର ନିଲମ୍ବନ ଆଦେଶ ହଟାଇପାରେ । ପୁଣିଥରେ ସେ ୨୦୨୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବା ନେଇ ମହମ୍ମଦ ମୋକିମ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି । ଦଶହରା ପୂଜା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ମୋକିମ ଗୋଟିଏ ସ୍ଥାନରେ ପାଖାପାଖି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁଥିରୁ ଶରତଙ୍କ ସହିତ ମୋକିମଙ୍କର ସଂପର୍କରେ ପରିବର୍ତନ ହେଉଥିବା ଚର୍ଚା ହେଉଛି । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ମୋକିମଙ୍କ ବୟାନ । କଟକ ଦୂର୍ଗାପୂଜା ବୁଲିବାକୁ ପିସିସି ସଭାପତି ଆସିଥିଲେ । ଏହିଠାରେ ପୂଜାମଣ୍ଡପରେ ଶରତ ପଟ୍ଟନାୟକଙ୍କ ସହ ଭେଟଘାଟ ହୋଇଥିଲା ଓ ପରସ୍ପରକୁ ଆଲିଙ୍ଗନ କରିଥିଲେ ବୋଲି ମୋକିମ କହିଛନ୍ତି । ନିକଟରେ ବିଭିନ୍ନ କାରଣ ଦର୍ଶାଇ କଂଗ୍ରେସ ମୋକିମ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ କରିଛି ।