କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ଭାବେ ମୋକିମଙ୍କ ନିର୍ବାଚନ ବିଜୟକୁ ଓଡ଼ିଶା ହାଇକୋର୍ଟ ମାର୍ଚ୍ଚ ୪ରେ ଅସିଦ୍ଧ ଘୋଷଣା କରିଥିଲେ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ମୋକିମ୍ । ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ପାଇଁ ସେ ଏଥିରେ ସୁପ୍ରିମକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।
୨୦୧୯ ନିର୍ବାଚନରେ ମୋକିମ୍ ନିର୍ବାଚନ ଅଧିକାରୀଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ । ହେଲେ ସେ ସତ୍ୟପାଠରେ ଉଭୟ ସମ୍ପତ୍ତିି ତାଲିକା ଓ ଅପରାଧିକ ତଥ୍ୟ ଦେଇନଥିବା ଅଭିଯୋଗ ହୋଇଥିଲା । ବିଜେଡିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ଅଭିଯୋଗ କରିଥିଲେ । ଏହାର ଶୁଣାଣି କରି ହାଇକୋର୍ଟ ମୋକିମ ବିଜୟକୁ ଅସିଦ୍ଧ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/11-16.jpg)