ମହମ୍ମଦ କୈଫଙ୍କ ବଡ ଦାବି । ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପିଚ୍ ପ୍ରସ୍ତୁତି ନେଇ ଉଠାଇଲେ ପ୍ରଶ୍ନ । ପରାଜୟ ପାଇଁ ରୋହିତ ଶର୍ମା ଓ ଦ୍ରାବିଡଙ୍କୁ ଦେଲେ ଦୋଷ

ମହମ୍ମଦ କୈଫଙ୍କ ବଡ ଦାବି । ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପିଚ୍ ପ୍ରସ୍ତୁତି ନେଇ ଉଠାଇଲେ ପ୍ରଶ୍ନ । ପରାଜୟ ପାଇଁ ରୋହିତ ଶର୍ମା ଓ ଦ୍ରାବିଡଙ୍କୁ ଦେଲେ ଦୋଷ

କନକ ବ୍ୟୁରୋ : ଗତବର୍ଷ ହୋଇଥିବା ବଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାଜିତ ହୋଇଥିଲା । ଏହି କ୍ରମରେ ଅଷ୍ଟ୍ରେଲିଆ ଟିମ୍ ଷଷ୍ଠ ଥର ପାଇଁ ଚାମ୍ପିୟାନ ହୋଇଥିଲା । ଏପଟେ ଭାରତ ତୃତୀୟ ଥର ପାଇଁ ବିଶ୍ୱକପ୍ ଜିତିବାର ସ୍ୱପ୍ନ ହରାଇଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଫାଇନାଲ ମ୍ୟାଚରେ ଧୀମା ପିଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ । ଫଳରେ ଭାରତ ୨୪୦ ରନ୍ କରିବାରେ ସକ୍ଷମ ହୋଇଥିଲେ । ଅଷ୍ଟ୍ରେଲିଆ ୨୪୧ ରନର ଟାର୍ଗେଟକୁ ୪୨ ଉଭରରେ ହାସଲ କରିନେଇଥିଲା ।

ଫାଇନାଲ ମ୍ୟାଚରେ ଭାରତର ଏଭଳି ପରାଜୟକୁ ଆଜି ବି ଭୁଲି ନାହାଁନ୍ତି ଭାରତୀୟ କ୍ରିକେଟ ପ୍ରଶଂସକମାନେ । ଏଭଳି ସମୟରେ ଭାରତୀୟ ଟିମର ପୂର୍ବତନ ଖେଳାଳୀ ମହମ୍ମଦ କୈଫ ବଡ ଅଭିଯୋଗ କରିଛନ୍ତି । କୈଫ ଦାବି କରିଛନ୍ତି କି ବିଶ୍ୱକପ୍ ଫାଇନାଲରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚକୁ ଘରୋଇ ଟିମ ପାଇଁ ଅନୁକୂଳ କରିବା ଉର୍ଦ୍ଦେଶ୍ୟରେ କ୍ୟୁରେଟ ମାଧ୍ୟମରେ ଏପଟସେପଟ କରାଯାଇଥିଲା । କୋଚ୍ ରାହୁଲ ଦ୍ରାବିଡ ଓ କ୍ୟାପଟେନ ରୋହିତ ଶର୍ମା ୩ ଧରି ଏହି ପିଚ୍ ଦେଖିବାକୁ ଯାଇଥିଲେ । ସେମାନେ ପିଚର ରଙ୍ଗ ବଦଳାଯାଉଥିବା ଦେଖିଥିଲେ ବି କିଛି ଅଭିଯୋ କରି ନଥିଲେ । ଅର୍ଥାତ କୈଫ ସିଧା ସଳଖ ପିଚ୍ ସହ ହୋଇଥିବା ଏପଟସେପଟ ପାଇଁ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ଉପରେ ଦୋଷ ଲଦିଛନ୍ତି ।

ଆଇସିସି ଦ୍ୱାରା ଆୟୋଜିତ କରାଯାଉଥିବା ସମସ୍ତ ମ୍ୟାଚ ପାଇଁ ପିଚ୍ ର ପ୍ରସ୍ତୁତି ଆଇସିସି ପରାମର୍ଶଦାତା ଏଣ୍ଡି ଦ୍ୱାରା କରାଯାଇଥାଏ । ସେ କ୍ରିକେଟ ବୋର୍ଡ ସହ ମିଳିତ ଭାବେ ନିର୍ଦ୍ଧାରିତ କରିଥାନ୍ତି କି ପ୍ରତ୍ୟେକ ମ୍ୟାଚ ପାଇଁ ସ୍କୁୟାରରେ କେଉଁ ଷ୍ଟ୍ରିପ୍ ବ୍ୟବହାର କରାଯିବ । ଆଇସିସିର ନିୟମ ମୁତାବକ ଏହାର କୌଣସି ଆବଶ୍ୟକତା ନାହିଁ କି ନକଆଉଟ୍ ମ୍ୟାଚ ଫ୍ରେସ୍ ପିଚ୍ ଉପରେ ଖେଳାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe