କେଡେ ମହାନ୍ ଏ ବାପା ! ଗତବର୍ଷ ଆତଙ୍କବାଦୀ ଆକ୍ରମଣରେ ହରାଇଥିଲେ ପୁଅ ଔରଙ୍ଗଜେବକୁ ଏବେ ଆଉ ଦୁଇପୁଅକୁ ସାମିଲ୍ କଲେ ସେନାରେ ।

321

ଗତବର୍ଷ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଯବାନ ରାଇଫଲମ୍ୟାନ୍ ଔରଙ୍ଗଜେବଙ୍କ ଦୁଇ ସାନ ଭାଇ ଏବେ ସେନାରେ ଭର୍ତ୍ତି ହୋଇଛନ୍ତି । ମହମ୍ମଦ୍ ତାରିକ୍ ଏବଂ ମହମ୍ମଦ୍ ସବିର୍ ସୋମବାର ରାଜୋରୀଠାରେ ୧୦ ଜଣ ନୂଆ ଯବାନଙ୍କ ସହ ପଞ୍ଜୀକରଣ ପରେଡ୍ ରେ ଯୋଗ ଦେଇଥିଲେ । ଏକ ଗଣମାଧ୍ୟମକୁ ସାକ୍ଷାତକାର କରି ଦୁଇଭାଇ କହିଥିଲେ ଯେ ଦେଶର ଋଣ ସୁଝିବା ଏବଂ ବଡଭାଇ ହତ୍ୟାର ପ୍ରତିଶୋଧ ନେବା ପାଇଁ ଦୁହେଁ ସେନାରେ ଭର୍ତ୍ତି ହୋଇଛନ୍ତି । ପରେଡ୍ ଔରଙ୍ଗଜେବଙ୍କ ବାପା ମହମ୍ମଦ ହନିଫ୍ ମଧ୍ୟ ପହଁଚିଥିଲେ ।

ଇତ୍ୟ ଅବସରରେ ସେ ମ୍ରିୟମାଣ ହୋଇ କହିଥିଲେ , ମୋ ବୀର ପୁଅକୁ କାପୁରୁଷ ଆତଙ୍କବାଦୀମାନେ ଧୋକାରେ ହତ୍ୟା କରିଥିଲେ , ଲଢେଇ କରି ମାରିଥିଲେ ଦୁଃଖ ଲାଗିନଥାନ୍ତା । ବୀର ପୁଅକୁ ହରାଇଥିବା ବାପା କୁହନ୍ତି , ମୋତେ ଗର୍ବ ଅନୁଭବ ହେଉଛି ଯେ ମୋ ଦୁଇପୁଅ ଭାରତମାତାର ସୁରକ୍ଷା ପାଇଁ ସେନାରେ ଭର୍ତ୍ତି ହେଉଛନ୍ତି କିନ୍ତୁ ମୋ ମନରୁ ଏଯାଏଁ ଗୋଟିଏ ପୁଅକୁ ହରାଇଥିବାର ଯନ୍ତ୍ରଣା ଯାଇନାହିଁ । ମୋତେ ବେଳେବେଳେ ଏଭଳି ପ୍ରତୀତ ହୁଏ ଯେ ମୁଁ ସେ ଆତଙ୍କବାଦୀଙ୍କ ସହ ନିଜେ ଯାଇ ଲଢେଇ କରିବି ଯେଉଁମାନେ ମୋ ପୁଅକୁ ଧୋକାରେ ମାରିଲେ । କିନ୍ତୁ ଏବେ ମୋର ଗୋଟିଏ ପୁଅର ହତ୍ୟାର ପ୍ରତିଶୋଧ ଏବେ ଆଉ ଦୁଇ ପୁଅ ନେବେ ।

ଔରଙ୍ଗଜେବଙ୍କ ଦୁଇ ସାନ ଭାଇ ମଧ୍ୟ ବଡଭାଇଙ୍କ ରାସ୍ତାରେ ଚାଲିପଡିଛନ୍ତି । ଦୁହେଁ କୁହନ୍ତି ଆମ ଭାଇ ଦେଶ ପାଇଁ ଜୀବନ ଦେବାକୁ ପଛାଇଲେ ନାହିଁ ଏବଂ ସେନାର ନାଁ ରଖିଲେ । ପରିସ୍ଥିତି ଆସିଲେ ଆମେ ମଧ୍ୟ ଦେଶପାଇଁ ଜୀବନ ଦେବାକୁ ପଛାଇବୁ ନାହିଁ । ଆପଣଙ୍କୁ କହିରଖୁଛୁ ଜୁନ୍ ୧୪ , ୨୦୧୮ ପୁଲୱାମାରେ ୪୪ ରାଷ୍ଟ୍ରୀୟ ରାଇଫଲ୍ ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀ ଅପହରଣ କରି ବିଭତ୍ସ ଭାବରେ ହତ୍ୟା କରିଥିଲେ । ମହମ୍ମଦ ହନିଫ୍ ଙ୍କ ଭାଗ୍ୟ ଦେଖନ୍ତୁ ତାଙ୍କର ଚାରି ଚାରିଟି ପୁଅଙ୍କୁ ସେ ଭାରତମାତାର ସେବା ପାଇଁ ଉତ୍ସର୍ଗ କରିଛନ୍ତି । ବଡପୁଅ ମହମ୍ମଦ କାସିମ୍ ମଧ୍ୟ ୧୨ ବର୍ଷ ପୂର୍ବରୁ ସେନାରେ ଜଏନ୍ କରିଛନ୍ତି ।