ପାକିସ୍ତାନ ବ୍ୟାଟ୍ସମ୍ୟାନ ରିଜୱାନଙ୍କୁ ଚିକିତ୍ସା କରିଥିଲେ ଭାରତୀୟ ଡାକ୍ତର, ସୁସ୍ଥତା ନେଇ କହିଲେ ଏମିତି କଥା

362

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ । ରିଜୱାନ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିରୋଧରେ ୫୨ ବଲରେ ୬୭ ରନର ସୁନ୍ଦର ଓ ଆକର୍ଶଣୀୟ ପାଳି ଖେଳିଥିଲେ । ହେଲେ ବି ଏଭଳି ସୁନ୍ଦର ବ୍ୟାଟିଂ କରିବା ପରେ ବି ପାକିସ୍ତାନ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲେ ।

ପାକିସ୍ତାନ ସିନା ପରାଜିତ ହୋଇଥିଲା ହେଲେ କ୍ରିକେଟ ପ୍ରେମୀମାନେ ରିଜୱାନଙ୍କ ଖେଳକୁ ବେସ୍ ପସନ୍ଦ କରିଥିଲେ । ପାକିସ୍ତାନର ଏହି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଛାତିରେ ସଂକ୍ରମଣ କାରଣରୁ ସେମିଫାଇନାଲ ମୁକାବିଲାର ଠିକ୍ ଦୁଇଦିନ ପୂର୍ବରୁ ମେଡିକାଲରେ ଆଡମିଶନ ହୋଇଥିଲେ । ଏହି କ୍ରମରେ ମେଡୋର ହସ୍ପିଟାଲରେ ତାଙ୍କର ଚିକିତ୍ସା କରିଥିଲେ ଡାକ୍ତର ସାହିର ସୈନାଲବଦୀନ । ରିଜୱାନ ଏତେଶୀଘ୍ର ସୁସ୍ଥ ହେବା ନେଇ ଡାକ୍ତର ସାହିର ବି ବେସ୍ ଚକିତ ହୋଇଯାଇଥିଲେ ।

ଭାରତୀୟ ଡାକ୍ତର ସାହିର ସୈନାଲବଦୀନ କହିଛନ୍ତି କି, ରିଜୱାନ ମହତ୍ୱପୂର୍ଣ୍ଣ ନକଆଉଟ୍ ମ୍ୟାଚ ଖେଳିବାକୁ ତୀବ୍ର ଇଚ୍ଛା ପ୍ରକାଶ କରିଥିଲେ । ଏହି ଇଚ୍ଛା ଓ ତାଙ୍କ ଭିତରେ ଥିବା ଦୃଢ ବିଶ୍ୱାସ ତାଙ୍କୁ ତୁରନ୍ତ ସୁସ୍ଥ କରିବାରେ ସହାୟକ ହୋଇଥିଲା । ସେମିଫାଇନାଲ ପୂର୍ବରୁ ସୁସ୍ଥ ହେବା ଓ ଫିଟନେସ୍ ହାସଲ କରିବା ଆଶା କେବେ ବି ନଥିଲା । ହେଲେ ରିୱାଜଙ୍କ ଇଚ୍ଛାଶକ୍ତି ସମସ୍ତ ଚିକିତ୍ସା ଦଳକୁ ଆଚମ୍ବିତ କରିଛି ।

ସାହିର କହିଛନ୍ତି କି ରିଜୱାନ ମେଡିକାଲରେ ଆଡମିଶନ ହେବା ପୂର୍ବରୁ ୩-୫ ଦିନ ପର୍ଯ୍ୟନ୍ତ ତାଙ୍କୁ ଜ୍ୱର ଆସୁଥିଲା । ଏହାସହ କାଶ ଓ ମୁଣ୍ଡ ବ୍ୟଥା ବି ଥିଲା । ଚିକିତ୍ସା କରୁଥିବା ଟିମ୍ ତାଙ୍କୁ ତୁରନ୍ତ ଚିକିତ୍ସା କରି ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ।