ସାରା ପୃଥିବୀରେ ଏବେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଲଢେଇର ଚର୍ଚ୍ଚା ଚାଲିଛି । କିଛି ପକ୍ଷ ଇସ୍ରାଏଲକୁ ସମର୍ଥନ କରୁଛନ୍ତି ତ ଆଉ କିଛି ହମାସକୁ ସମର୍ଥନ ଦେଉଛନ୍ତି ।

Advertisment

ଏହି ମଧ୍ୟରେ ଭାରତରେ ଚାଲିଥିବା ଏକଦିବସୀୟ ବିଶ୍ଵକପ-୨୦୨୩ ରେ ମଧ୍ୟ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଲଢେଇର କଥା ଉଠିଲାଣି ।   

ଏହି ବିଶ୍ୱକପକୁ ଭାରତ ଆୟୋଜନ କରିଛି । ମଙ୍ଗଳବାର ପାକିସ୍ତାନ ଶ୍ରୀଲଙ୍କା ମଧ୍ୟରେ ଏକ ଚିତାକର୍ଷକ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ପାକିସ୍ତାନ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପାକିସ୍ତାନୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଏବଂ ଅବଦୁଲ୍ଲା ଶାଫିକ୍ ଚମତ୍କାର ଶତକ ହାସଲ କରିଥିଲେ । ରିଜୱାନ ତାଙ୍କ ଶତକୀୟ ପାରିକୁ ଗାଜା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ମ୍ୟାଚ୍ ପରେ ରିଜୱାନ୍ ବୁଧବାର (୧୧ ଅକ୍ଟୋବର) ସୋସିଆଲ ମିଡିଆରେ କିଛି ପୋଷ୍ଟ ସେୟାର କରି ବିବାଦ ମଧ୍ୟକୁ ଆସିଛନ୍ତି ।

 ଇସ୍ରାଏଲ୍-ହମାସ୍ ଲଢେଇ ମଧ୍ୟରେ ସେ ତାଙ୍କର ଶତକକୁ ଗାଜାର ଲୋକଙ୍କୁ ଉତ୍ସର୍ଗ କରିଛନ୍ତି ।

ସୋସିଆଲ ମେଡ଼ିଆ ପ୍ଲାଟଫର୍ମ X (ପୂର୍ବ ଟ୍ୱିଟର) ରେ ଏହି ପୋଷ୍ଟକୁ ସେୟାର କରି ରିଜୱାନ୍ ଲେଖିଛନ୍ତି, 'ମୋର ଏହି ଶତକକୁ ଗାଜାରେ ବସବାସ କରୁଥିବା ଆମର ଭାଇ ଓ ଭଉଣୀମାନଙ୍କ ପାଇଁ ଉତ୍ସର୍ଗ କରୁଛି । ଏହି ବିଜୟରେ ଯୋଗଦାନ କରି ମୁଁ ବହୁତ ଖୁସି ।  ଏହାର ସମସ୍ତ ଶ୍ରେୟ ସମଗ୍ର ଦଳ ଏବଂ ବିଶେଷକରି ଅବଦୁଲ୍ଲା ଶାଫିକ୍ ଏବଂ ହାସନ ଅଲିଙ୍କ ନିକଟକୁ ଯାଉଛି । '

ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ଯୋଗୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଲାଣି ।