ପଦ୍ମପୁରରେ ଶୋଚନୀୟ ପରାଜୟକୁ ନେଇ ମହମ୍ମଦ ମୋକିମଙ୍କ ବିସ୍ଫୋରକ ବୟାନ। କହିଲେ, ଉପନିର୍ବାଚନ କିଛି ଲୋକଙ୍କ ପାଇଁ ପକେଟ୍ ଗରମ କରିବାର ସୁଯୋଗ ଆଣୁଛି।

ପଦ୍ମପୁରରେ ଶୋଚନୀୟ ପରାଜୟକୁ ନେଇ ମହମ୍ମଦ ମୋକିମଙ୍କ ବିସ୍ଫୋରକ ବୟାନ। କହିଲେ, ଉପନିର୍ବାଚନ କିଛି ଲୋକଙ୍କ ପାଇଁ ପକେଟ୍ ଗରମ କରିବାର ସୁଯୋଗ ଆଣୁଛି।

କନକ ବ୍ୟୁରୋ: ଉପନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି ଏବଂ ତାଙ୍କ ପକେଟ୍ ଗରମ କରୁଛି । ଦିଲ୍ଲୀରୁ ଦାୟିତ୍ୱ ଦିଆଯାଉଛି ହେଲେ ସେମାନେ ଏଠାରେ କଂଗ୍ରେସକୁ ଜିତାଇବାକୁ ଚେଷ୍ଟା କରୁନାହାଁନ୍ତି । ପଦ୍ମପୁର ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ କିଛି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟର ମହମ୍ମଦ ମୋକିମ । ଦଳର ବରିଷ୍ଠ ନେତାଙ୍କୁ ଟାର୍ଗେଟ କରି ମୋକିମ୍ କହିଛନ୍ତି, କୁହାଯାଉଥିବା ବରିଷ୍ଠ ନେତାଙ୍କୁ ଦେଖି ଲୋକେ ଆଉ ଭୋଟ ଦେଉନାହାଁନ୍ତି । ସେମାନଙ୍କୁ ଗୋଲଡେନ୍ ହାର୍ଟ ଅବସର ଦେବାକୁ ପଡିବ ବୋଲି କହିଛନ୍ତି ମୋକିମ୍ ।

ସମ୍ବଳ ନ ଥିବାରୁ ନିର୍ବାଚନ ହାରିଲୁ ବୋଲି କୁହଯାଉଛି, ଯଦି ସମ୍ବଳ ନାହିଁ କାହିଁକି ପ୍ରାର୍ଥୀ ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଯଦି ଏବେଠୁ ଗୁରୁତ୍ୱ ଦିଆନଯାଏ ତାହାଲେ ସମୟ ଆସିବ ନୋଟା ସହ ନିର୍ବାଚନ ଲଢିବାକୁ ପଡିବ ବୋଲି କହିଛନ୍ତି କଟକ – ବାରବାଟୀ ବିଧାୟକ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ୯ରୁ ୯୦ ଟାର୍ଗେଟ ହାସ୍ୟାସ୍ପଦ ଭଳି ମନେ ହେଉଥିବା କହିଛନ୍ତି ମୋକିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe