କନକ ବ୍ୟୁରୋ: ଉପନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି ଏବଂ ତାଙ୍କ ପକେଟ୍ ଗରମ କରୁଛି । ଦିଲ୍ଲୀରୁ ଦାୟିତ୍ୱ ଦିଆଯାଉଛି ହେଲେ ସେମାନେ ଏଠାରେ କଂଗ୍ରେସକୁ ଜିତାଇବାକୁ ଚେଷ୍ଟା କରୁନାହାଁନ୍ତି । ପଦ୍ମପୁର ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ କିଛି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟର ମହମ୍ମଦ ମୋକିମ । ଦଳର ବରିଷ୍ଠ ନେତାଙ୍କୁ ଟାର୍ଗେଟ କରି ମୋକିମ୍ କହିଛନ୍ତି, କୁହାଯାଉଥିବା ବରିଷ୍ଠ ନେତାଙ୍କୁ ଦେଖି ଲୋକେ ଆଉ ଭୋଟ ଦେଉନାହାଁନ୍ତି । ସେମାନଙ୍କୁ ଗୋଲଡେନ୍ ହାର୍ଟ ଅବସର ଦେବାକୁ ପଡିବ ବୋଲି କହିଛନ୍ତି ମୋକିମ୍ ।
ସମ୍ବଳ ନ ଥିବାରୁ ନିର୍ବାଚନ ହାରିଲୁ ବୋଲି କୁହଯାଉଛି, ଯଦି ସମ୍ବଳ ନାହିଁ କାହିଁକି ପ୍ରାର୍ଥୀ ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଯଦି ଏବେଠୁ ଗୁରୁତ୍ୱ ଦିଆନଯାଏ ତାହାଲେ ସମୟ ଆସିବ ନୋଟା ସହ ନିର୍ବାଚନ ଲଢିବାକୁ ପଡିବ ବୋଲି କହିଛନ୍ତି କଟକ – ବାରବାଟୀ ବିଧାୟକ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ୯ରୁ ୯୦ ଟାର୍ଗେଟ ହାସ୍ୟାସ୍ପଦ ଭଳି ମନେ ହେଉଥିବା କହିଛନ୍ତି ମୋକିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/IMAGE_1658129944.jpeg)