ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲରେ ଧର୍ମନିରପେକ୍ଷତାର କଥା ଉଠାଇଲେ ମହମ୍ମଦ କୈଫ୍ । କହିଲେ,ଧାର୍ମିକ ଭାବନାରେ ନୁହେଁ, ଦେଶ ପାଇଁ ଖେଳେ କ୍ରିକେଟ୍

କ୍ରିକେଟ ପଡିଆରେ ଧର୍ମନିରପେକ୍ଷତା ମୋ ପାଇଁ ପ୍ର୍ରାଥମିକତା ବୋଲି କହିଛନ୍ତି କୈଫ

137

କନକ ବ୍ୟୁରୋ: ମୁଁ ଦେଶ ପାଇଁ ଖେଳେ, ଧର୍ମ ପାଇଁ ନୁହେଁ । ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେଇ ଏହା କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ମହମ୍ମଦ କୈଫ । ଫିଲ୍ଡିଂ ପାଇଁ ପରିଚିତ କୈଫ କହିଛନ୍ତି ହଷ୍ଟେଲରେ ରହିବା ସମୟରେ ଗୋଟିଏ ପଟେ ଚାଲିଥାଏ ହନୁମାନ ଚାଳିସା ପାଠ ଆଉ ଗୋଟିଏ ପଟେ ଚାଲିଥାଏ ନମାଜ ପାଠ । ଏହି ଦୁଇଟି ଜିିନିଷ ମଧ୍ୟରେ ମୁଁ କ୍ରିକେଟ ପଡିଆକୁ ଓହ୍ଲାଇବା ସମୟରେ ଦେଶ ପାଇଁ ଖେଳିଥାଏ , ଦେଶ କଥା ଚିନ୍ତା କରିଥାଏ ।

କ୍ରିକେଟ ପଡିଆରେ ଧର୍ମନିରପେକ୍ଷତା ମୋ ପାଇଁ ପ୍ର୍ରାଥମିକତା ବୋଲି କହିଛନ୍ତି କୈଫ । ଦେଶପ୍ରତି ଆନୁଗତ୍ୟ ଏବଂ କ୍ରିକେଟ ଖେଳରେ ଭାରତକୁ ଜିତାଇବା ହିଁ ମୋ ଉଦ୍ଦେଶ୍ୟ ଥାଏ । ଦେଶରେ ଧାର୍ମିକ ମୌଳବାଦୀ ବିଚାର ନେଇ ବିତର୍କ ଚାଲିଥିବା ବେଳେ କ୍ରିକେଟ ଉପରେ ଧର୍ମର ପ୍ର୍ରଭାବ ଅଛି କି ନାହିଁ ସେହି ପ୍ରସଙ୍ଗରେ ମହମ୍ମଦ କୈଫଙ୍କ ମତ ବେଶ ଗୁରୁତ୍ୱ ବହନ କରୁଛି ।

ସେ ଆହୁରି କହିଛନ୍ତି ଯେ ୨୦୧୪ ନିର୍ବାଚନରେ କଂଗ୍ରେସରୁ ଲଢିଥିଲେ । ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ମୁଁ ବହୁତ ସହଜ ଅନୁଭବ କରେ ବୋଲି କହିଛନ୍ତି । ତେବେ ୨୦୧୯ ନିର୍ବାଚନରେ ଲଢିବି କି ନାହିଁ ସେନେଇ ମନସ୍ଥ କରିନାହିଁ ବୋଲି ସେ କହିଛନ୍ତି ।