ଓଭାଲରେ ଭାରତ ଜିତିଲା, ନାଗିନ ଡ୍ୟାନ୍ସ କଲେ କୈଫ୍ । ଦେଖନ୍ତୁ ଭିଡ଼ିଓ ।

255

କନକ ବ୍ୟୁରୋ : ଓଭାଲରେ ଭାରତ ଐତିହାସିକ ବିଜୟ ହାସଲ କଲା, ଷ୍ଟୁଡିଓରେ ନାଗିନ୍ ଡ୍ୟାନ୍ସ କଲେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ନିଜେ କୈଫ୍ ଏହି ଭିଡ଼ିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । କୈଫ୍ ସେୟାର କରିଥିବା ଏହି ଭିଡ଼ିଓ କିକ୍ରେଟପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିଛି । ଓଭାଲରେ ଭାରତର ବହୁ ପ୍ରତୀକ୍ଷିତ ବିଜୟ ପରେ କୈଫ ଏହି ଭିଡ଼ିଓ ସେୟାର କରିଛନ୍ତି । ତେବେ କୈଫ୍ ଏଭଳି ନାଗିନ୍ ଡ୍ୟାନ୍ସ କରିବା ପଛରେ ମଧ୍ୟ ବଡ କାରଣ ଲୁଚି ରହିଛି ।

ଓଭାଲରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିବା ବେଳେ ମହମ୍ମଦ କୈଫ ଓ ବୀରେନ୍ଦ୍ର ସେହୱାଗ କମେଣ୍ଟ୍ରି କରୁଥିଲେ । ତେବେ ଏହି ସମୟରେ ଜଣେ ଦର୍ଶକ ମନେପକାଇଥିଲେ ଯେ, ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ସିରିଜରେ କୈଫ୍ ଏକ ପ୍ରତିଶ୍ରୁତି ଦେଇଥିଲେ । ଆଉ ଏହି କଥା ଶୁଣିବା କ୍ଷଣି କୈଫ୍ କହିଥିଲେ, ଯଦି ଇଂଲଣ୍ଡରେ ଟିମ୍ ଇଣ୍ଡିଆ ବିଜୟୀ ହୁଏ ତେବେ ସେ ନାଗିନ୍ ଡ୍ୟାନ୍ସ କରିବେ । ଆଉ ଓଭାଲରେ ୧୫୭ ରନରେ ଇଂଲଣ୍ଡକୁ ମାତ୍ ଦେଇ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଆଉ ପୂର୍ବ ପ୍ରତିଶ୍ରୁତି ମୁତାବକ, ଷ୍ଟୁଡିଓରେ ପଶିବା କ୍ଷଣି ନାଗିନ୍ ଡ୍ୟାନ୍ସ କରିଥିଲେ କୈଫ୍ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି କୈଫ୍ ।

କୈଫ୍ ଭିଡ଼ିଓ ସେୟାର କରିବା ସହ ଲେଖିଛନ୍ତି, ଭାରତର ବିଜୟ ପାଇଁ କିଛି ବି, ତାହା ଅଜବ ହେଉ ପଛେ । ଭାଇ ଲୋକଙ୍କ ଫର୍ମାଇସରେ ଏହି ନାଚ । ମ୍ୟାଚ୍ ଚାଲୁଥିବା ବେଳେ ବୀରେନ୍ଦ୍ର ସେହୱାଗ ବାରମ୍ବାର କୈଫଙ୍କୁ ନିଜର ପ୍ରତିଶ୍ରୁତି ମନେ ପକାଇ ଦେଇଥିଲେ । ଆଉ କୈଫ୍ କହିଥିଲେ ଭାରତ ଓଭାଲରେ ଜିତିଲେ ନିଶ୍ଚୟ ନାଚିବି । ଆଉ ଟିମ୍ ଇଣ୍ଡିଆ ଜିତିବା ପରେ ନିଜ ପ୍ରତିଶ୍ରୁତି ରକ୍ଷା କରିଛନ୍ତି କୈଫ୍ ।