ପାକିସ୍ତାନ କ୍ରିକେଟପ୍ରେମୀଙ୍କୁ ଝଟକା ! ମାତ୍ର ୨୭ ବର୍ଷ ବୟସରେ କ୍ରିକେଟ୍ ରୁ ସନ୍ନ୍ୟାସ ନେଲେ ଏହି ଦ୍ରୁତ ବୋଲର୍ 

Advertisment
ପାକିସ୍ତାନ କ୍ରିକେଟପ୍ରେମୀଙ୍କୁ ଝଟକା ! ମାତ୍ର ୨୭ ବର୍ଷ ବୟସରେ କ୍ରିକେଟ୍ ରୁ ସନ୍ନ୍ୟାସ ନେଲେ ଏହି ଦ୍ରୁତ ବୋଲର୍ 

ପାକିସ୍ତାନ କ୍ରିକେଟ୍ ଟିମର ସବୁଠାରୁ ଅନୁଭବୀ ତଥା ଦ୍ରୁତ ବୋଲର୍ ମହମ୍ମଦ୍ ଆମିର ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେଇଥିବା କଥା ଘୋଷଣା କରିଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ବିଜ୍ଞପ୍ତି ଜାରୀ କରି କହିଛି ଯେ ଆମିର୍ ତକ୍ରାଳ ପ୍ରଭାବ କାରଣରୁ ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ତେବେ ସେ ନିଜ ରାଷ୍ଟ୍ରୀୟ ଟିମ୍ ସହ ସୀମିତ ଓଭରର କ୍ରିକେଟ୍ ଖେଳିବା ଜାରୀ ରଖିବେ । ୨୭ ବର୍ଷୀୟ ଏହି ବୋଲର୍ ନିକଟରେ ଆଇସିସି ବିଶ୍ୱକପ୍ ରେ ଚମତ୍କାର ପ୍ରଦର୍ଶନ କରି ସବୁଠାରୁ ଅଧିକ ୱିକେଟ୍ ନେଇଥିବା ସପ୍ତମ ବୋଲର୍ ହୋଇଥିଲେ । ଆମିରଙ୍କ ଟିମ୍ ଲିଗ୍ ରାଉଣ୍ଡରୁ ବାହାର ହେବା ପରେ ତାଙ୍କୁ କେବଳ ୮ ମ୍ୟାଚ୍ ରେ ଖେଳିବାକୁ ସୁଯୋଗ ମିଳିଥିଲା ଏବଂ ସେତେବେଳେ ବି ସେ ୧୭ ଟି ୱିକେଟ୍ ନିଜ ନାଁରେ କରିଥିଲେ ।

publive-image

୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ୍ ମ୍ୟାଚ ଖେଳି ସେ କ୍ରିକେଟରେ ପାଦ ରଖିଥିଲେ । ପାକିସ୍ତାନ କ୍ରିକେଟ୍ ଟିମ୍ ତରଫରୁ ସେ ମୋଟ ୩୬ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ନିଜ ଶେଷ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୨୦୧୯ ରେ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ଟେଷ୍ଟ ମ୍ୟାଚ୍ ରେ ମହମ୍ମଦ୍ ଆମିରଙ୍କ ସର୍ବଶ୍ରେଷ୍ଠ ବୋଲିଙ୍ଗ୍ ୪୪ ରନ୍ ରେ ୬ ୱିକେଟ୍ ରହିଛି । ଯାହା ସେ ୨୦୧୭ ରେ କିଙ୍ଗଷ୍ଟନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ମ୍ୟାଚରେ ଖେଳିଥିଲେ । ଅବସରକୁ ନେଇ ସେ କହିଛନ୍ତି , “ପାକ୍ ର ପ୍ରତିନିଧିତ୍ୱ କରିବା ଏକ ସମ୍ମାନର କଥା । କିନ୍ତୁ ମୁଁ ଏବେ ଏହି ଲମ୍ବା ସଂସ୍କରଣରୁ ଦୂରକୁ ଯାଇ ଲିମିଟେଡ୍ ଓଭର୍ କ୍ରିକେଟ୍ ରେ ଧ୍ୟାନ ଦେବାକୁ ଚାହେଁ ତେଣୁ ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଉଚିତ୍ ବୋଲି ମନେକଲି ।” ପାକିସ୍ତାନ ପାଇଁ କ୍ରିକେଟ୍ ଖେଳିବା ମୋର ଏକମାତ୍ର ଉଦେ୍ଧଶ୍ୟ । ଚଳିତବର୍ଷ ଆମର କିଛି ତୃଟି ଯୋଗୁଁ ବିଶ୍ୱକପ୍ ରେ ଆଗକୁ ଯାଇପାରିଲୁ ନାହିଁ କିନ୍ତୁ ଆଗାମୀ ବର୍ଷ କିଭଳି ଭାବେ ବିଶ୍ୱକପ୍ ରେ ଭଲ ପ୍ରଦର୍ଶନ କରିବୁ ଏନେଇ ମୁଁ କଠୋର ପରିଶ୍ରମ କରିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe