ଦିଲ୍ଲୀ ସରକାରଙ୍କ ଉପରେ ବିପଦର କଳାବାଦଲ । ମୋହଲ୍ଲା କ୍ଲିନିକ ଦୁର୍ନୀତି ମାମଲାର ହେବ ସିବିଆଇ ତଦନ୍ତ

557

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ଉପରେ ସମସ୍ୟାର କଳା ବାଦଲ । ଏକ୍ସସାଇଜ ପଲିସି ଦୁର୍ନୀତି ଜାଲରେ ଛନ୍ଦି ହୋଇଥିବା କେଜ୍ରିୱାଲ ସରକାରଙ୍କ ଉପରେ ଆସିଛି ନୂଆ ଅଭିଯୋଗ । ଦିଲ୍ଲୀର ମୋହଲ୍ଲା କ୍ଲିନିକରେ ବଡ ଧରଣର ଦୁର୍ନୀତି ଅଭିଯୋଗ ଆସିବା ସହ ଏବେ ଏହାର ହେବ ସିବିଆଇ ତଦନ୍ତ । ଗୁରୁବାର ଉପ-ରାଜ୍ୟପାଳ ଭିକେ ସକସେନା ଦୁର୍ନତୀ ଅଭିଯୋଗ ଆଣିବା ସହ ସିବିିଆଇ ତଦନ୍ତ ପାଇଁ ଯେଉଁ ସୁପାରିଶ କରିଥିଲେ । ଯାହାକୁ ମିଳିଛି ସବୁଜ ସଂକେତ ଦେଇଛନ୍ତି । ଉପରାଜ୍ୟପାଳ ଅଭିଯୋଗ କରିଛନ୍ତି ଯେ ମୋହଲ୍ଲା କ୍ଲିନିକରେ ବଡ ଧରଣର ଦୁର୍ନତୀ କରାଯାଇଛି । ଚିକିତ୍ସା ନାଁରେ ୨୩ହଜାର ଲୋକଙ୍କୁ ମିଛରେ ରୋଗୀ ସଜାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ନକଲି ଔଷଧ ଓ ପାଥୋ ଲ୍ୟାବର ବ୍ୟବହାର କରାଯାଇ କୋଟି କୋଟି ଟଙ୍କାର ଲୁଟ କରିଛନ୍ତି କେଜ୍ରିୱାଲ ସରକାର । ଏନେଇ ଉପ-ରାଜ୍ୟପାଳ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଡିସେମ୍ବର ୨୩ ତାରିଖରେ ଉପରାଜ୍ୟପାଳ ଏକଥା ମଧ୍ୟ ଅଭିଯୋଗ କରିଥିଲେ ଯେ ଦି୍ଲ୍ଲୀର ସରକାରୀ ଡାକ୍ତରଖାନାରେ ନକଲି ଔଷଧ ଦିଆଯାଉଛି । ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।