ଦେଶରେ ବଢିଛି ଚିତାବାଘଙ୍କ ସଂଖ୍ୟା । ସରକାରଙ୍କ ବନ୍ୟଜନ୍ତୁ ସଂରକ୍ଷଣ ବ୍ୟବସ୍ଥାର ସଫଳତା । ଟ୍ୱିଟ୍ କରି ଜଣାଇଲେ ପ୍ରଧାନମନ୍ତ୍ରୀ

88

କନକ ବ୍ୟୁରୋ : ସାରା ଦେଶରେ ବାଘ ଗଣନାର ଚିତ୍ର ସାମ୍ନାକୁ ଆସିଛି । ଦେଶରେ ବଢିଛି ଚିତାବାଘଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କଥା ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି । ଏହି ରିପୋର୍ଟ ୨୦୧୮ ରେ ଭାରତରେ ଚିତାବାଘଙ୍କ ସ୍ଥିତି ସଂପର୍କରେ ପ୍ରକାଶ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି କି, ୨୦୧୪ ତୁଳନାରେ ଚିତାବାଘଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୪ ରେ ଦେଶରେ ଚିତାବାଘଙ୍କ ସଂଖ୍ୟା ୭,୯୧୦ ଥିବା ବେଳେ ୨୦୧୮  ସୁଦ୍ଧା ଏହି ସଂଖ୍ୟା ୧୨,୮୫୨ ରେ ପହଂଚିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ ଯୋଗେ ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ପ୍ରଶଂସା କରିଛନ୍ତି ।

ଦେଶରେ ଥିବା ମୋଟ ଚିତାବାଘଙ୍କ ମଧ୍ୟରୁ ୫,୨୪୦ ଟି ବାଘ ବୃଦ୍ଧ ହୋଇଯାଇଛନ୍ତି । ଏହାସହ ମଧ୍ୟପ୍ରଦେଶରେ ସର୍ବାଧିକ ୩,୪୨୧ ଟି ବାଘ ରହିଥିବା ବେଳେ କର୍ଣ୍ଣାଟକରେ ୧,୭୮୩, ମହାରାଷ୍ଟ୍ରରେ ୧,୬୯୦ ରହିଥିବା ରିପୋର୍ଟରେ ପ୍ରକାଶ କରାଯାଇଛି । ଏହି ରିପୋର୍ଟକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲମନ୍ତ୍ରୀ ପ୍ରକାଶ ଜାଭେଡକର ଲୋକାର୍ପିତ କରିଛନ୍ତି ।