କାଲିଠୁ ମୋଦୀଙ୍କ ତୃତୀୟ ଇନିଂସ । ସନ୍ଧ୍ୟା ୭ଟା୧୫ରେ ଏନଡିଏ ମନ୍ତ୍ରିମଣ୍ଡଳର ଶପଥ ସମାରୋହ ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟରେ କାହାକୁ ମିଳିବ ସ୍ଥାନ ।

972

କନକବ୍ୟୁରୋ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ସଂଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ମୋଦୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେବେ । ୬ ଜଣ ରାଷ୍ଟ୍ରମୁଖ୍ୟ ଶପଥ ସମାରୋହ ସାମିଲ ହେବେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ଶ୍ରୀଲଙ୍କା ରାଷ୍ଟ୍ରପତି, ମାଳଦୀପ ରାଷ୍ଟ୍ରପତି, ନେପାଳ, ଭୁଟାନ ଓ ମରିସସ୍ ରାଷ୍ଟ୍ର ମୁଖ୍ୟ ଭାରତ ଆସୁଛନ୍ତି । ଗୋଟିଏ ପଟେ ସମାରୋହ ପାଇଁ ଜୋରଦାର ଆୟୋଜନ ଚାଲିଥିବା ବେଳେ ଅନ୍ୟପଟେ କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ, ଏ ନେଇ ଅଙ୍କକଷା ଚାଲିଛି ।

ଜେଡିୟୁ, ଟିଡିପି ଓ ଅନ୍ୟ ଦଳର ଦାବି ବଢ଼ିବାରେ ଲାଗିଛି । ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କାହାକୁ ମିଳିବ ସ୍ଥାନ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ । କାରଣ ପ୍ରଥମଥର ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବିଜେପି । ୨୦ ଲୋକସଭା ଆସନ ଜିତିଛି ବିଜେପି । ତେଣୁ ଚର୍ଚ୍ଚା ହେଉଛି – କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅତି କମରେ ଓଡ଼ିଶାରୁ ତିନିଜଣ ସ୍ଥାନ ପାଇବା ସମ୍ଭାବନା । ୧୦ ଜଣ ଏକାଧିକ ଥର ସାଂସଦ ହୋଇ ସାରିଛନ୍ତି
ଏମାନଙ୍କ ମଧ୍ୟରୁ ।

ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ ଙ୍କ ନାଁ ଚର୍ଚ୍ଚାର ଆଗରେ ରହିଛି । ଅନ୍ୟପଟେ ଲୋକସଭା ବାଚସ୍ପତି ପଦବୀ ପାଇଁ ଭର୍ତୃହରିଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ମୋଦୀଙ୍କ ତୃତୀୟ ପାଳିରେ ବାଚସ୍ପତି ଦାୟିତ୍ୱ ଭର୍ତୃହରିଙ୍କୁ ମିଳିପାରେ ।
ବାଚସ୍ପତି ରେସ୍ରେ ଭର୍ତ୍ତୃହରି

୬ ଥର ସାଂସଦ ଭାବେ ନିବ ର୍ାଚିତ ହୋଇଛନ୍ତି ଭର୍ତ୍ତୃହରି
ସବୁ ରାଜନୈତିକ ଦଳ ସହ ସୁସଂପର୍କ ରହିଛି
୨ ଥର ଶ୍ରେଷ୍ଠ ସାଂସଦ ପୁରସ୍କାର
୪ ଥର ସଂସଦ ରତ୍ନ ଆୱାର୍ଡ ପାଇଛନ୍ତି
ସଂସଦୀୟ ଅଭିଜ୍ଞତା ଦୃଷ୍ଟିରୁ ବାଚସ୍ପତି ରେସର ଆଗରେ ଅଛନ୍ତି ଭର୍ତୃହରି ।