ରବିବାରଠୁ ମୋଦୀଙ୍କ ତୃତୀୟ ଇନିଂସ୍: ଚୀନ, ପାକିସ୍ତାନକୁ ଛାଡି ଯୋଗଦେବେ ସବୁ ପଡୋଶୀ ଦେଶର ନେତା

224

କନକ ବ୍ୟୁରୋ: ରବିବାର ମୋଦୀଙ୍କ ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟା ୧୫ ମିନିଟରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏଥିସହ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହି ସମାରୋହରେ ସାମିଲ ହେବାକୁ ପାକିସ୍ତାନ, ଚୀନକୁ ଚାଡି ପଡୋସୀ ଦେଶଗୁଡିକୁ ନିମନ୍ତ୍ରଣ କଯାଯାଇଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ ହାସିନା, ମରିସସ ପ୍ରଧାନମନ୍ତ୍ରୀ ପ୍ରଭିନ୍ଦ କୁମାର, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ, ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ମାଳଦୀପ ସହ ବିବାଦ ସତ୍ୱେ କୂଟନୈତିକ ଦୃଷ୍ଟିରୁ ମାଳଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ ହାସିନା ଭାରତରେ ପହଂଚି ସାରିଥିବା ଅନ୍ୟ ନେତାମାନେ କାଲି ସୁଦ୍ଧା ପହଂଚିବେ ବୋଲି ସୂଚନା ମଳିଛି । ଶପଥ ସମାରୋହ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ତାଜ, ଲିଲା, ଆଇଟିସି ମୌର୍ଯ୍ୟ, ଓବରେଇ ଭଳି ବଡ଼ ବଡ଼ ହୋଟେଲରେ ଅତିଥିମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଏହି ହୋଟେଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି । ଦିଲ୍ଲୀରେ ତ୍ରୀସ୍ତରୀର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୫୦୦ ପୋଲିସ ଫୋର୍ସ, ୫ କମ୍ପାନୀ ପାରାମିଲିଟାରି ଫୋର୍ସ, ଏନଏସଜି କମାଣ୍ଡୋ ସହ ଡ୍ରୋନ ଏବଂ ସ୍ନାଇପରଙ୍କୁ ମୁତୟନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ସ୍ଥାନକୁ ନୋ ଫ୍ଲାଇଙ୍ଗ୍ ଜୋନ ମଧ୍ୟ ଘୋଷଣା କରଯାଇଛି ।