ବଳାତ୍କାର ବିହୀନ ଭାରତ ପାଇଁ ମୋଦିଙ୍କ ଫର୍ମୁଲା ! ଝିଅଙ୍କୁ ସମ୍ମାନ ଦିଅ, ପୁଅଙ୍କୁ ଉତ୍ତରଦାୟୀ କର

ବଳାତ୍କାର ବିହୀନ ଭାରତ ପାଇଁ ମୋଦିଙ୍କ ଫର୍ମୁଲା ! ଝିଅଙ୍କୁ ସମ୍ମାନ ଦିଅ, ପୁଅଙ୍କୁ ଉତ୍ତରଦାୟୀ କର

ଉନ୍ନାଓ ଓ କାଠୁଆ ପରି ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା ମୋଦି ସରକାରଙ୍କୁ କାଠଗଡାରେ ଠିଆ କରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ମଣ୍ଡଲାରେ ଏକ କାର୍ଯ୍ୟକ୍ରମରେ ଏନେଇ ମୁହଁ ଖୋଲିଛନ୍ତି । କହିଛନ୍ତି, ପରିବାରବର୍ଗ ନିଜ ଝିଅକୁ ସମ୍ମାନ ଦିଅନ୍ତୁ ଏବଂ ପୁଅକୁ ଦାୟିତ୍ୱବୋଧ ଶିଖାନ୍ତୁ । ଏହାଦ୍ୱାରା ସମାଜରୁ ଏଭଳି କଳଙ୍କ ଦୂର ହୋଇପାରିବ ।

publive-imageକେନ୍ଦ୍ର ସରକାର ଏବେ ଦୁଷ୍କର୍ମ ଓ ଦୁଷ୍କର୍ମକାରୀମାନଙ୍କ ବିରୋଧରେ କଠୋରରୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯାଉଛନ୍ତି। ତେବେ, ଏଦିଗରେ ଦେଶବାସୀ ଓ ସମାଜର ମଧ୍ୟ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି। ସର୍ବପ୍ରଥମେ ଆମେ ଆମର ମହିଳା ଓ ଯୁବତୀମାନଙ୍କ ପାଇଁ ଏକ ସୁରକ୍ଷିତ ନିରାପଦ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶରେ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏକ ସାମାଜିକ ଆନ୍ଦୋଳନ ଆରମ୍ଭ ହେବାର ଆବଶ୍ୟକତା ରହିଛି। ଏଥିସହ ପରିବାରଗୁଡ଼ିକ ମଧ୍ୟ ନିଜ ନିଜର ପୁତ୍ର ସନ୍ତାନମାନଙ୍କୁ ଅଧିକ ଦାୟିତ୍ୱ ସଂପନ୍ନ ଭାବେ ଗଢ଼ି ତୋଳିବାର ଆବଶ୍ୟକତା ରହିଛି। ଯେ ପର୍ୟ୍ୟନ୍ତ ଆମେ ଆମର ମହିଳା ଓ ଯୁବତୀମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ସେମାନଙ୍କୁ ସୁରକ୍ଷିତ ଓ ନିରାପଦ ରଖିବା ପାଇଁ ନିଜେ ଚେଷ୍ଟିତ ନ ହୋଇଛୁ ଏବଂ ଆମ ପରିବାରର ପୁଅମାନଙ୍କୁ ଏଦିଗରେ ଅଧିକ ସଚେତନ ଓ ଦାୟିତ୍ୱ ସଂପନ୍ନ ଭାବେ ଗଢ଼ି ନ ତୋଳିଛୁ; ସେ ପର୍ୟ୍ୟନ୍ତ ଆମେ କେବଳ ଆଇନ୍ ପ୍ରଣୟନ କରି ଏହାକୁ ରୋକିବାରେ ସମର୍ଥ ହୋଇପାରିବା ନାହିଁ ବୋଲି ମତ ଦେବା ସହ ଏଥିପାଇଁ ଏକ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe