ବାହାଘର କାର୍ଡରେ ବର ମାଗିଲେ ଭୋଟ୍ ! ଗିପ୍ଟ ଦିଅ କି ନଦିଅ ମୋଦିଙ୍କୁ ଭୋଟ ଦିଅ ।

ମୋ ବାହାଘରରେ ମତେ ଉପହାର ଦିଅ କି ନଦିଅ, କିନ୍ତୁ ୨୦୧୯ ନିର୍ବାଚନରେ ମୋଦିଙ୍କୁ ନିଶ୍ଚୟ ଭୋଟ ଦିଅ ।

359

ମୋ ବାହାଘରରେ ମତେ ଉପହାର ଦିଅ କି ନଦିଅ, କିନ୍ତୁ ୨୦୧୯ ନିର୍ବାଚନରେ ମୋଦିଙ୍କୁ ନିଶ୍ଚୟ ଭୋଟ ଦିଅ । କିଛି ଏହି ଭଳି ଢଙ୍ଗରେ ବିବାହ କାର୍ଡରେ ମୋଦିଙ୍କ ପାଇଁ ଭୋଟ୍ ମାଗି କର୍ଣ୍ଣାଟକର ଜଣେ ଯୁବକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ସୂଚନା ମୁତାବକ, କର୍ଣ୍ଣାଟକର ମଙ୍ଗଲୋର ନିକଟସ୍ତ ଉଲ୍ଲାଲ ଗ୍ରାମରେ ବାସ କରୁଥିବା ପ୍ରବୀଣ କୁମାର ନାମକ ଜଣେ ଯୁବକ ବିବାହ କାର୍ଡରେ ମୋଦିଙ୍କ ପାଇଁ ଭୋଟ ଭିକ୍ଷା କରି ଏବେ ସାରା ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସାଧାରଣତଃ ବିବାହ କାର୍ଡରେ ଲୋକମାନେ ଗଣେଷ କିମ୍ବା ତାଙ୍କ ଧର୍ମର ପୁଜ୍ୟ ଦେବା ଦେବୀଙ୍କ ଫଟୋ ଲଗାଇଥାନ୍ତି । କାରଣ ଭଗବାନଙ୍କ ଫଟୋ ବିବାହ କାର୍ଡରେ ରହିଲେ ତାହା ଶୁଭ ବୋଲି ପୂର୍ବରୁ ଏକ ପ୍ରକାର ପରମ୍ପରା ପ୍ରଚଳିତ ହୋଇଆସିଛି । କିନ୍ତୁ ନିକଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଯୁବକ ତାଙ୍କ ବିବାହ କାର୍ଡରେ ମୋଦିଙ୍କ ଫଟୋ ଲଗାଇବା ସହ ତାଙ୍କ ବାହାଘରରେ ତାଙ୍କୁ ଉପହାର ନଦେଇ ମୋଦିଙ୍କୁ ୨୦୧୯ ନିର୍ବାଚନରେ ଭୋଟ ଦେଇ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ।

ପ୍ରବୀଣ କୁମାରଙ୍କ ବିବାହ ଡିସେମ୍ବର ମାସରେ ହେବାକୁ ଥିବା ବେଳେ ଏବେ ଠାରୁ ତାଙ୍କର କାର୍ଡ ବଣ୍ଟନ ଆରମ୍ବ ହୋଇଯାଇଛି । ତେବେ ଏହାକୁ ନେଇ ପ୍ରବୀଣ କହିଛନ୍ତି, ନରେନ୍ଦ୍ର ମୋଦି ଦେଶ ବିଦେଶରେ ନିଜର ଏକ ପ୍ରଧାନ୍ୟ ବିସ୍ତାର କରିବାରେ ସଫଳ ହୋଇଛନ୍ତି । ସେ ଲୋକମାନଙ୍କ ପାଇଁ ଅନେକ ଭଲ କାମ କରିଛନ୍ତି । ତେଣୁ ମୁଁ ମୋ ବିବାହ କାର୍ଡରେ ମୋଦିଙ୍କ ପାଇଁ ଭୋଟ ଭିକ୍ଷା କରିଛି । ଏଥିରେ ପ୍ରବୀଣଙ୍କ ମା’ ମଧ୍ୟ ବେଶ୍ ଖୁସି ଅଛନ୍ତି ।