କଟକରେ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିବେ ମୋଦି! ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଘଟଣାସ୍ଥଳରେ ଉତ୍ତେଜନା

43

କନକ ବ୍ୟୁରୋ : ବିଳମ୍ବରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ନିର୍ଦ୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ମୋଦି ଓଡ଼ିଶାରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ବିଜେପି ସରକାରର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ କଟକରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି । ଏଥିପାଇଁ ଅପରାହ୍ନ ୩.୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥାନ୍ତେ ମୋଦି । କିନ୍ତୁ ଏହି କାଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ମୋଦି ଅପରାହ୍ନ ୩ଟା ୨୫ ବଦଳରେ ପାଖାପାଖି ୪.୩୦ରେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମୋଦି ଅପରାହ୍ନ ୩ଟା ୨୫ ମିନିଟରେ ସ୍ୱତନ୍ତ୍ର ବିମନେ ଯୋଗ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ବାର କାର୍ଯ୍ୟକ୍ରମ ରହିଥିଲା । ଭୁବନେଶ୍ୱର ବିମାନବନ୍ଦରରୁ ଏକ ହେଲିକ୍ଟପର ଯୋଗେ ମୋଦି କଟକ ବାଲିଯାତ୍ରା ପଡ଼ିଆରେ ପହଞ୍ଚି ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥାନ୍ତେ । କିନ୍ତୁ ଏବେ ମୋଦି ପ୍ରାୟ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିବା ନେଇ ସୂଚନା ମିଳିଛି ।

ମୋଦିଙ୍କ ଗସ୍ତ ପୂର୍ବରୁ ସଭାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କିଛି ସାଧାରଣ ଲୋକ ମିଡ଼ିଆ ଗ୍ୟାଲେରୀକୁ ଧସେଇ ପଶିବାରୁ ଉତ୍ତେଜନା ଦେଖାଦେଇଛି । ଏଥିପାଇଁ ପୋଲିସ-ସାଧାରଣ ଲୋକଙ୍କ ମଧ୍ୟରେ ବଚସା ଦେଖିବାକୁ ମିଳିଛି । ତେବେ ମୋଦିଙ୍କ ଗସ୍ତକୁ ଦୃ୍ଷ୍ଟିରେ ରଖି କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।