ମୋଦୀଙ୍କ ନୂଆ ଟିମରେ ୩ ଓଡ଼ିଆ । ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର, ଜୁଏଲ୍ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ସୁଯୋଗ ।

228

କନକ ବ୍ୟୁରୋ: ମୋଦୀ ସରକାରରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଓଡିଶାରୁ ଶପଥ ଗ୍ରହଣ କରିଛନ୍ତି । ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ, ପରେ ଜୁଏଲ ଓରାମ ଏବଂ ଶେଷରେ ଅଶ୍ୱିନୀ ବୈଷ୍ନବ ଶପଥ ଗ୍ରହଣ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଏଥର ଲୋକସଭାରୁ ନିର୍ବାଚିତ ହୋଇ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ସେହିପରି ଜୁଏଲ ଓରାମ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବେଳେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।

୨୦୧୪ରେ ୨ଜଣ, ୨୦୧୯ରେ ୩ଜଣ ଏବଂ ୨୦୨୪ରେ ମଧ୍ୟ ତିନି ଜଣଙ୍କୁ ଓଡିଶା କୋଟାରୁ ମୋଦୀ ସରକାରରେ ସ୍ଥାନ ମିଳିଛି । ତିନି ଥର ସରକାରରରେ ପ୍ରଥମ ଥର ପାଇଁ ତିନି ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ଏଥର ଓଡିଶାରୁ ବିଜେପି ୨୧ଟିରୁ ୨୦ଟିରେ ବିଜୟୀ ହୋଇଛି ।