କନକ ବ୍ୟୁରୋ: ବିଦେଶୀ ନେତାଙ୍କୁ ମୋଦୀଙ୍କ ଦେଶୀ ଉପହାର । ଜି-୭ ବୈଠକରେ ଯୋଗଦେବାକୁ ଜର୍ମାନୀ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ବିଭିନ୍ନ କଳାକୃତୀ ଭେଟି ଦେଇଛନ୍ତି ।

Advertisment

ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଡୋକରା କଳା ଉପହାର

ଜି-୭ ବୈଠକରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ଉପହାର ପ୍ରଦାନ କରିଛନ୍ତି । ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଛତିଶଗଡର ଡୋକରାକଳା ଉପହାର ଦେଇଛନ୍ତି । ନନ୍ଦୀ କଳାକୃତୀ ସେ ପ୍ରଦାନ କରିଛନ୍ତି । ହିନ୍ଦୁ ଧର୍ମରେ ନନ୍ଦୀ ହେଉଛନ୍ତି ଭଗବାନ ଶିବଙ୍କର ବାହନ ।

publive-image

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଡୋକରା କଳା ଉପହାର

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ସିରିଲ ରାମଫୋସାଙ୍କୁ ମଧ୍ୟ ମୋଦୀ ଡୋକରା କଳା ଉପହାର ଦେଇଛନ୍ତି । ରାମାୟଣ ଥିମର ଏହି ଉପହାର ପ୍ରଧାନମନ୍ତ୍ରୀ ମୋଦି ଉପହାର ଦେଇଛନ୍ତି । ୪ ହଜାର ବର୍ଷ ତଳୁ ଏହି ସ୍ୱତନ୍ତ୍ର କଳାକୃତୀ ଭାରତରେ ନିର୍ମାଣ ହୋଇଆସୁଛି । ହାତୀ ଉପରେ ଭଗବାନ ରାମ, ମାତା ସୀତା, ଭଗବାନ ଲଷ୍ମଣ ଏବଂ ପ୍ରଭୁ ହୁନମାନ ରହିଛନ୍ତି ।

publive-image

ଜାପାନ ପ୍ରଧାନମନ୍ତ୍ରୀଙ୍କୁ କଳାପାତ୍ର ଉପହାର

ଉତ୍ତରପ୍ରଦେଶ ନାଜିମାବାଦର କଳାପାତ୍ର ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ମୋଦୀ । ଫୁମିଓ କାସିଦାଙ୍କୁ ସେ ଏହି ସ୍ୱତନ୍ତ୍ର କଳାକୃତୀ ପ୍ରଦାନ କରିଛନ୍ତି । ଏହି ପାତ୍ର ସ୍ୱତନ୍ତ୍ର ଭାବେ ତିଆରି ହୋଇଥାଏ । ଏହା ଭିତରେ ଅମ୍ଲଜାନ ଯିବାର କୌଣସି ପ୍ରକାର ସମ୍ଭାବନା ନାହିଁ ।

publive-image

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ରାମଦରବାର ଉପହାର

ବାରାଣସୀର ରାମଦରବାର କଳାକୃତୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ମୋଦୀ । କାଠରେ ତିଆରି ଭଗବାନ ରାମଙ୍କ ଏହି ସ୍ୱତନ୍ତ୍ର କୃତୀ ସେ ପ୍ରଦାନ କରିଛନ୍ତି । ବାରାଣସୀର ଏହି ସ୍ୱତନ୍ତ୍ରକୃତୀରେ ଭଗବାନ ରାମ, ମାତା ସୀତା, ଭଗବାନ ଲଷ୍ମଣ ଏବଂ ପ୍ରଭୁ ହୁନମାନ ରହିଛନ୍ତି । ସେହିପରି ଭରତ ଏବଂ ଶତ୍ରୁଘ୍ନ ମଧ୍ୟ ରହିଛନ୍ତି । ଗୁଲର କାଠରେ ଏହା ନିର୍ମାଣ ହୋଇଛି ।

publive-image

କାନାଡା ପ୍ରଧାନମନ୍ତ୍ରୀଙ୍କୁ ହାତତିଆରି କାର୍ପେଟ ଉପହାର

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁନୁଡୁଙ୍କୁ ହାତତିଆରି କାର୍ପେଟ ଉପହାର ପ୍ରଦାନ କରିଛନ୍ତି ମୋଦୀ । କାଶ୍ମୀରର ଏହି ହାତତିଆରି କଳାର ବିଶେଷ ସ୍ୱତନ୍ତ୍ରତା ରହିଛି । ଏହାର ସୁନ୍ଦରତା, ଉନ୍ନତ କଳାକୌଶଳ ପାଇଁ ବିଶେଷ ସ୍ଥାନ ସୃଷ୍ଟି କରିପାରିଛି ।

publive-image

ସେନେଗାଲ ରାଷ୍ଟ୍ରପତିଙ୍କୁ ମୁଞ୍ଜ ଝୁଡି ଓ ସୁତାର ଦୁରାଶୀ ଉପହାର

ପ୍ରଧାନମନ୍ତ୍ରୀ ମୋଦୀ ସେନେଗାଲ ରାଷ୍ଟ୍ରପତିଙ୍କୁ ମୁଞ୍ଜ ଝୁଡି ଓ ସୁତାର ଦୁରାଶୀ ଉପହାର ପ୍ରଦାନ କରିଛନ୍ତି । ଉତ୍ତର ପ୍ରଦେଶ ସୀତାପୁର ଏହି କଳାକୃତୀ ସେ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ମାକି ସାଲଙ୍କୁ ହସ୍ତକଳା ସେ ପ୍ରଦାନ କରିଛନ୍ତି ।

publive-image

ଜର୍ମାନ ଚାନସେଲରଙ୍କୁ ତମ୍ବାର ସ୍ୱତନ୍ତ୍ର ମାଠିଆ ଉପହାର

ଜର୍ମାନ ଚାନସେଲରଙ୍କୁ ତମ୍ବାର ସ୍ୱତନ୍ତ୍ର ମାଠିଆ ଉପହାର ପ୍ରଦାନ କରିଛନ୍ତି ମୋଦୀ । ଉତ୍ତରପ୍ରଦେଶ ମୋରାଦାବାଗର ଏହି ସ୍ୱତନ୍ତ୍ର କଳାକୃତୀ ସେ ଉପହାର ଦେଇଛନ୍ତି । ପିତଳ ନଗରୀ ଭାବେ ପରିଚିତ ଏହି ସହରରେ ଏହି ସୁନ୍ଦର କଳାକୃତୀ ଓଲଫା ସ୍କୁଲଜଙ୍କୁ ପ୍ରଦାନ କରାଯାଇଛି ।

publive-image

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ମାର୍ବଲ ଇନେଲ ଟେବୁଲ ଟପ୍ ଉପହାର

ମାର୍ବଲ ଇନେଲ ଟେବୁଲ ଟପ କଳାକୃତୀରୁ ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ମୋଦୀ । ଆଗ୍ରାର ଏହି ସ୍ୱତନ୍ତ୍ର କୃତୀକୁ ମୋଦୀ ଉପହାର ଦେଇଛନ୍ତି । ମଧ୍ୟଯୁଗୀୟ ଏହି କୃତୀ ରୋମାନରେ ଲୋକପ୍ରିୟ ହୋଇଥିବା ବେଳେ ଏହାକୁ କାନ୍ଥ କିମ୍ବା ଚଟାଣରେ ବ୍ୟବହାର କରାଯାଇଥାଏ ।

publive-image

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଜାରଦୋଜୀ ବାକ୍ସ ଉପହାର 

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଜାରଦୋଜୀ ବାକ୍ସ ଉପହାର ଦେଇଛନ୍ତି ମୋଦୀ । ଲଷ୍ନୌର ଏହି କଲାକୃତୀ ମୋଦି ଇମାନୁଏଲଙ୍କୁ ଦେଇଛନ୍ତି । ଖଦୀ ସିଲ୍କ ଏବଂ ହାତତିଆରି ଏମ୍ବୋଡୋରୀର ଏଥିରେ ବ୍ୟବହାର ହୋଇଛି ।

publive-image

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ହାତରେ ଚିତ୍ରିତ ଚା’ପାତ୍ର ଉପହାର

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ମୋଦୀ ହାତରେ ଚିତ୍ରିତ ଚା’ପାତ୍ର ଉପହାର ଦେଇଛନ୍ତି । ବୁଲନ୍ଦସହରର ଖାସ ଉପହାର ସେ ଉପହାର ଦେଇଛନ୍ତି । ପ୍ଲାଟିନମ ମେଟାଲରେ ତିଆରି ଏହି ଚାହା ପାତ୍ର ସେ ପ୍ରଦାନ କରିଛନ୍ତି ।

publive-image

ଜୋ ବାଇଡେନଙ୍କୁ ଗୁଲାବି ମୀନକାରି ବ୍ରୋଚ ଓ କଫଲିଙ୍କ ସେଟ ଉପହାର

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗୁଲାବି ମୀନକାରି ବ୍ରୋଚ ଓ କଫଲିଙ୍କ ସେଟ ଉପହାର ଦେଇଛନ୍ତି ମୋଦୀ । ବାରାଣସୀର ଏହି କଳାକୃତୀକୁ ମୋଦୀ ଉପହାର ଦେଇଛନ୍ତି । ଫାଷ୍ଟ ଲେଡିଙ୍କ ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର କୃତୀ ମୋଦୀ ଉପହାର ଦେଇଛନ୍ତି ।

publive-image