ସାଂସଦଙ୍କ ସହ ମୋଦୀଙ୍କ ବୈଠକ । ଶପଥ ଗ୍ରହଣ ପୂର୍ବରୁ ନେତାଙ୍କ ସହ ମୋଦୀଙ୍କ ଆଲୋଚନା । ମୋଦୀ କ୍ୟାବିନେଟରେ ହେଇପାରନ୍ତି ସାମିଲ ।

Advertisment
ସାଂସଦଙ୍କ ସହ ମୋଦୀଙ୍କ ବୈଠକ । ଶପଥ ଗ୍ରହଣ ପୂର୍ବରୁ ନେତାଙ୍କ ସହ ମୋଦୀଙ୍କ ଆଲୋଚନା । ମୋଦୀ କ୍ୟାବିନେଟରେ ହେଇପାରନ୍ତି ସାମିଲ ।

କନକ ବ୍ୟୁରୋ: ମୋଦୀ ସରକାର ୩.୦ର ଶପଥଗ୍ରହଣ ପୂର୍ବରୁ ଦିଲ୍ଲୀର ରାଜନୈତିକ ହଲଚଲ ବଢିଛି । ଖାସ୍ କରି କେଉଁ କେଉଁ ନେତା ମୋଦୀ କ୍ୟାବିନେଟରେ ସାମିଲ ହେବେ, କେଉଁ ଦଳକୁ କେତେ ମନ୍ତ୍ରୀ ପଦ ମିଳିବ ତାକୁ ନେଇ ଚର୍ଚ୍ଚା ଆଲୋଚନା ବଢିଛି । ଆଉ ଏହାରି ଭିତରେ  ସାଂସଦଙ୍କ ସହ ବୈଠକ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ଆବାସରେ ମୋଦୀ ଏହି ନେତାଙ୍କ ସହ ବୈଠକ କରିଛନ୍ତି । କୁହାଯାଉଛି ମୋଦୀ ସରକାରର ଏ ହେଉଛନ୍ତି ସମ୍ଭାବିତ ମନ୍ତ୍ରୀମଣ୍ଡଳ । ମୋଦୀଙ୍କ ସହ ବୈଠକ କରିଥିବା ଏହି ନେତାଙ୍କ ମଧ୍ୟରେ ଅଛନ୍ତି ସର୍ବାନନ୍ଦ ସୋନୱାଲ, ଚିରାଗ ପାଶୱାନ୍, ମନୋହର ଲାଲ ଖଟ୍ଟର, ଶିବରାଜ ସିଂ ଚୌହାନ, କିରଣ ରିଜିଜୁ, ଏଚଡି କୁମାରସ୍ୱାମୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନିର୍ମଳା ସୀତାରମଣ, ନିତ୍ୟାନନ୍ଦ ରାୟ, ଧର୍ମେନ୍ଦ୍ର ପ୍ରଧାନ, ହର୍ଷ ମଲୋହୋତ୍ରା, ଏସ ଜୟଶଙ୍କର, ସିଆର୍ ପାଟିଲ । ତାଙ୍କ ସହିତ ରାଜନାଥ ସିଂହ ଅମିତ ଶାହାଙ୍କ ସହ ମଧ୍ୟ ବୈଠକ କରିଛନ୍ତି ମୋଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe