କୃଷକ ସଂଗଠନ ସହ ପଂଚମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ମନ୍ତ୍ରୀମାନଙ୍କ ସହ ମୋଦିଙ୍କ ବୈଠକ : ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ରହିଛନ୍ତି ଆନ୍ଦୋଳନକାରୀ  

136

କନକ ବ୍ୟୁରୋ : କୃଷକ ସଂଗଠନ ସହ ପଂଚମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଗୃହମନ୍ତ୍ରୀ  ଅମିତ୍ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହି ବୈଠକରେ ଚାଷୀ ଆନ୍ଦୋଳନ ନେଇ ଆନ୍ଦୋଳନ ଚାଲିଛି । ଅନ୍ୟପଟେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ନେତାଙ୍କର ପଂଚମ ବୈଠକ ବସିବ । ପୂର୍ବରୁ ହୋଇଥିବା ୪ଟି ବୈଠକରେ ଘଂଟା ଘଂଟା ଧରି ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନି ।

ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଡିସେମ୍ବର ୮ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ସମସ୍ତ ଟୋଲ ପ୍ଲାଜାକୁ ମଧ୍ୟ ବନ୍ଦ କରାଯିବ ଏବଂ ଦିଲ୍ଲୀକୁ ଆସୁଥିବା ସମସ୍ତ ରାସ୍ତାକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ । ପ୍ରେସ କନଫରେନ୍ସ କରି କୃଷକମାନେ କହିଛନ୍ତି, ଏମଏସପି ଉପରେ ସରକାରଙ୍କ ସହ ଆଲୋଚନା ଚାଲିଛି, ତେବେ ୩ଟି ଯାକ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ସେମାନେ ଅଟଳ ରହିଛନ୍ତି ।