କନକ ବ୍ୟୁରୋ: ସାରାଦେଶରେ ହନୁମାନ ଜୟନ୍ତୀ ପାଳନ ଭିତରେ ପ୍ରତିଷ୍ଠା ଦିବସ ପାଳିଛି ଭାରତୀୟ ଜନତା ପାର୍ଟି । ୪୪ତମ ପ୍ରତିଷ୍ଠା ଦିବସରେ ଦେଶବ୍ୟାପୀ ବିଜେପି କର୍ମୀଙ୍କୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର ଆଗାମୀ ରାଜନୈତିକ ଭବିଷ୍ୟତ ପାଇଁ ୫ଟି ବଡ଼ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ମୋଦୀଙ୍କ ମନ୍ତ୍ର- ୧
- ହନୁମାନଙ୍କ ପରି ନିଜ ଭିତରେ ଥିବା ଶକ୍ତିକୁ ଚିହ୍ନିିଲେ ସବୁ ଅସମ୍ଭବ ସମ୍ଭବ ହେବ
- ୨୦୧୪ ପୂର୍ବରୁ ଭାରତୀୟଙ୍କ ଭିତରେ ସେହି ଆତ୍ମବିଶ୍ୱାସ ନଥିଲା, ଯାହା ବଦଳିଛି
- ଏବେ ମହାବୀରଙ୍କ ଭଳି ଦେଶର ନାଗରିକ ନିଜ ଭିତରେ ସୁପ୍ତ ଶକ୍ତିକୁ ଚିହ୍ନି ପାରିଛନ୍ତି
୨୦୧୪ରେ ହୋଇଥିବା କ୍ଷମତା ପରିବର୍ତନକୁ ଦେଶର ପୁନର୍ଜାଗରଣ ବୋଲି କହିବା ସହ ବିରୋଧୀଙ୍କ ଉପରେ ଖୁବ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ନୀତି ଓ ପରିବାରବାଦକୁ ସମାଲୋଚନା କରିଛନ୍ତି ମୋଦୀ । ସାମାଜିକ ନ୍ୟାୟ ନାଁରେ ବିରୋଧୀ ଦଳିତ ଓ ପଛୁଆବର୍ଗଙ୍କୁ ଉପେକ୍ଷା କରି କେବଳ ନିଜର ଲାଭ ଦେଖୁଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ୨୦୨୪ ନିର୍ବାଚନ ପାଇଁ ବିଜେପିର ରୋଡମ୍ୟାପ ସମ୍ପର୍କରେ ସୂଚନା ଦେଇଛନ୍ତି । ବିଜେପିର ରାଜନୈତିକ ଭବିଷ୍ୟତ ଉପରେ ମଧ୍ୟ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦୀଙ୍କ ମନ୍ତ୍ର- ୨
- ଇନଷ୍ଟାଗ୍ରାମ୍, ୟୁ-ଟ୍ୟୁବ୍, ଫେସବୁକ୍, ଟ୍ୱିଟରରେ ଦେଶର ଯୁବବର୍ଗଙ୍କ ସହ ଯୋଡ଼ି ହେବାକୁ କର୍ମୀଙ୍କୁ ପରାମର୍ଶ
ମୋଦୀଙ୍କ ମନ୍ତ୍ର- ୩
- ଦୀର୍ଘ ରାଜନୈତିକ ଭବିଷ୍ୟତ ପାଇଁ ଆମକୁ ପ୍ରସ୍ତୁତି କରିବାକୁ ପଡି଼ବ, ଏଥିପାଇଁ ନିର୍ବାଚିତ ପ୍ରତିନିଧି ଦଳର କର୍ମୀଙ୍କୁ ପ୍ରଶିକ୍ଷଣ ଦେବେ
ମୋଦୀଙ୍କ ମନ୍ତ୍ର- ୪
- ହନୁମାନଙ୍କୁ ରାକ୍ଷସଙ୍କ ସାମ୍ନା କରିବାକୁ କଠୋର ହେବାକୁ ପଡିଥିଲା, ତେଣୁ ପରିବାରବାଦ ଓ ଦୁର୍ନୀତି ବିରୋଧରେ କଠୋର ହେବାକୁ ପଡି଼ବ
ମୋଦୀଙ୍କ ମନ୍ତ୍ର- ୫
- ସାମାଜିକ ନ୍ୟାୟ ନାଁରେ କିଛି ଲୋକ କେବଳ ନିଜ ପରିବାରର ମଙ୍ଗଳ ଚିନ୍ତା କରୁଛନ୍ତି, ସେମାନଙ୍କୁ ଚିହ୍ନିବାକୁ ହେବ
ଜନସଂଘରୁ ଅଲଗା ହେବା ପରେ ୧୯୮୦ରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି । ସେତେବେଳେ ଦଳ ମାତ୍ର ୨ଟି ଲୋକସଭା ଆସନ ଜିତିଥିବାବେଳେ ଏହାରି ଭିତରେ ଲୋକସଭାରେ ୩୦୨ ଓ ରାଜ୍ୟସଭାରେ ୯୩ ଆସନରେ ପହଞ୍ଚିପାରିଛି । ସେହିପରି ୧୬ଟି ରାଜ୍ୟରେ କ୍ଷମତା ହାସଲ କରିଛି ବିଜେପି । ୩୦ ରାଜ୍ୟରେ ବିଜେପିର ୧ ହଜାର ୪୨୧ ବିଧାୟକ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/7-3.jpg)