ଆଜି ଠାରୁ ପୁଣି ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ । ରେଡିଓ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବା ପରେ ଏହା ପ୍ରଥମ ମନ୍ କୀ ବାତ୍ ହେବ । ୩ ମାସ ଧରି ବନ୍ଦ ରହିବା ପରେ ପୁଣି ଥରେ ଏହି ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଶେଷ ଥର ପାଇଁ ୨୪ ଫେବୃୟାରୀରେ ମୋଦି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସମ୍ବୋଧନ କରିଥିଲେ । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ ମୋଦି । ତେବେ ପୁଣିଥରେ ସେ ଏହି କାର୍ଯ୍ୟକ୍ରମରେ ଫେରିବେ ବୋଲି ସେତେବେଳେ କହିଥିଲେ । ନିଜର ପ୍ରଥମ ଶାସନ କାଳରେ ମୋଦି ୫୩ ଥର ମନ୍ କୀ ବାତ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ।
ଆଜିଠାରୁ ଆରମ୍ଭ ହେବ ମୋଦିଙ୍କ ‘ମନ୍ କି ବାତ୍’ ! ୩ ମାସ ପରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି
/kanak/media/post_attachments/wp-content/uploads/2019/06/mann-ki-baat-510-340.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)