କରୋନା ସଙ୍କଟ ସମୟରେ ଚାଷୀଙ୍କୁ ମୋଦିଙ୍କ ଉପହାର । ପ୍ରଧାନମନ୍ତ୍ରୀ ଘୋଷଣା କଲେ କୃଷି ଭିତିଭୂମି ପାଣ୍ଠି ପାଇଁ ଏକ ଲକ୍ଷ କୋଟି

1,032

କନକ ବ୍ୟୁରୋ : କରୋନା କାଳରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷି ଭିତିଭୂମୀ ପାଣ୍ଠି ଜରିଆରେ ଏକ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ଦିଆଯାଉଥିବା ସହାୟତା ରାଶିର ଷଷ୍ଠ କିସ୍ତି ଆଜି ଜାରି ହୋଇଛି ।

ଏଥିରେ ପ୍ରାୟ ସାଢେ ଆଠ କୋଟି ଚାଷୀ ଉପକୃତ ହେବେ । ଏଥିପାଇଁ ୧୭ ହଜାର ଶହେ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ।