ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରା । ବିରାଟ ବିଜୟ ପରେ ଜୁନରେ ମୋଦି କରିବେ ପ୍ରଥମ ବିଦେଶ ଗସ୍ତ ।

399

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ସଂଖ୍ୟକ ଭୋଟ୍‌ରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରା ଆସନ୍ତା ମାସ ଅର୍ଥାତ ଜୁନ୍‌ରୁ ଆରମ୍ଭ କରିବାକୁ ଯାଉଛନ୍ତି । ସେ କ୍ରିଜିଜ୍‌ସ୍ତାନର ବିସକେକ୍‌ଠାରେ ହେଉଥିବା ସଂଘାଇ କୋପରେସନ ଅର୍ଗାନାଇଜେସନ୍‌(ଏସ୍‌ସିଓ)ରେ ଯୋଗ ଦେବା ପାଇଁ ସେ ବିଦେଶ ଗସ୍ତ କରିବେ ବୋଲି ଜାଣିବାକୁ ମିଳିଛି ।

ଦୁଇ ଦିନିଆ ଏସ୍‌ସିଓ ସମ୍ମିଳନୀ ଜୁନ୍‌ ୧୩ ଓ ୧୪ ତାରିଖରେ ହେବ। ମୋଦୀ ସେଠାରେ ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ସାମ୍ନାସାମ୍ନି ଭେଟିବେ ।ମୋଦୀ ପରେ ଜି୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଜାପାନର ଓସାକା ଯାତ୍ରା କରିବେ । ଏହି ସମ୍ମିଳନୀରେ ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ରୁଷ୍‌ ରାଷ୍ଟ୍ରପତି ଭ୍ଲଦମିର୍‌ ପୁତିନ ଏବଂ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ପରି ବଳିଷ୍ଠ ଚେହେରା ଦେଖିବାକୁ ମିଳିବେ । ପରେ ଅଗଷ୍ଟ ମାସରେ ମୋଦୀ ଜି୭ ଗ୍ରୁପ୍‌ ମିଟିଂରେ ଯୋଗ ଦେବାକୁ ପ୍ୟାରିସ୍‌ ଗସ୍ତ କରିବେ ବୋଲି ସୂଚନା ରହିଛି ।