କନକ ବ୍ୟୁରୋ : ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି) ଲାଗୁ କରିବା ଉପରେ ଗୁରତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶରେ ଏକକ ଆଇନ ଲାଗୁ କରିବାର ଆବଶ୍ୟକତା ଥିବା ସ୍ବାଧୀନତା ଦିବସରେ ଉଦବୋଧନରେ କହିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ଭାଗ ଭାଗ କରୁଥିବା ଆଇନ ଆଧୁନିକ ସମାଜରେ ଆବଶ୍ୟକତା ନାହିଁ । ୟୁସିସି ଲାଗୁ କରବା ଉପରେ ବଡ଼ ଧରଣର ଆଲୋଚନା ହେବାର ଆବଶ୍ୟକତା ରହିଛି । ୭୫ ବର୍ଷରୁ ଅଧିକ ଧାର୍ମିକ ପାତରଅନ୍ତରୁ ଦେଶକୁ ମୁକ୍ତ କରିବା ସହ ସମସ୍ତଙ୍କ ପାଇଁ ସମାନ ଆଇନ ଲାଗୁ କରିବାକୁ ଆୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ । ୭୫ ବର୍ଷରୁ ଅଧିକ ଧାର୍ମିକ ପାତରଅନ୍ତରୁ ଦେଶକୁ ମୁକ୍ତ କରି ଏକକ ଆଇନ ଲାଗୁ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ୟୁସିସି ଲାଗୁ କରିବା ନେଇ ବିଜେପି ନିର୍ବାଚନୀ ଇସ୍ତାହାରେ ଘୋଷଣା କରିଥିଲା । ଆଉ ଏବେ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ଦେଶରେ ଏକକ ଆଇନ ବ୍ୟବସ୍ଥା ଲାଗୁ ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି ।