୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ... ଶପଥ ଗ୍ରହଣ ପୂର୍ବରୁ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । କହିଲେ ୫ ବର୍ଷ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ।

Advertisment
୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ... ଶପଥ ଗ୍ରହଣ ପୂର୍ବରୁ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । କହିଲେ ୫ ବର୍ଷ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ।

କନକ ବ୍ୟୁରୋ: ଆଜି ଶପଥ ଗ୍ରହଣ ପୂର୍ବରୁ ଦିଲ୍ଲୀରେ ସମ୍ଭାବିତ ମନ୍ତ୍ରୀଙ୍କୁ ନେଇ ଗୁରୁତ୍ୱପ୍ରୂ୍ଣ ବୈଠକ କରିଛନ୍ତି ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ଆଗାମୀ ୫ ବର୍ଷ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ଅଛି । ଏହି ଅବସରରେ ୧୦୦ ଦିନର ରୋଡ ମ୍ୟାପ ଉପରେ ଚର୍ଚ୍ଚା କରିବା ସହ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ ।

ସୂଚନା ମୁତାବକ, ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଦୀ କହିଛନ୍ତି, ୧୦୦ ଦିନର କାର୍ଯ୍ୟସୂଚୀକୁ ଯଥାଶୀଘ୍ର ଶେଷ କରିବାକୁ ହେବ । ଏହାସହ ପୂର୍ବରୁ ବାକି ଥିବା କାମକୁ ବି ଶେଷ କରିବାକୁ ପଡିବ । ଯାହାକୁ ଯାହା ବିଭାଗ ମିଳିବ ସେ ବିଭାଗରେ ବାକିଥିବା ସବୁ କାମକୁ ଖୁବ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ ।

କୁହାଯାଉଛି ଶିକ୍ଷା ଓ ସଂସ୍କୃତି ବ୍ୟତୀତ , ଅର୍ଥ, ପ୍ରତିରକ୍ଷା, ବିଦେଶ ବ୍ୟାପାର ପରି ବିଭାଗଗୁଡିକୁ ବିଜେପି ନିଜ ପାଖରେ ରଖିବ । ଏପରି ସ୍ଥଳେ ତା’ର ସହଯୋଗୀ ଦଳକୁ ୫ରୁ ୮ଟି କ୍ୟାବିନେଟ୍ ବର୍ଥ ମିଳିପାରେ । ପାର୍ଟି ଭିତରେ ଯେଉଁଠି ରାଜନାଥ ସିଂ ଓ ଅମିତ ଶାହଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ଏକରକମ୍ ସ୍ଥିର ହୋଇସାରିଛିି ସେଠାରେ ଲୋକସଭା ନିର୍ବାଚନ ଜିତିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଯେପରି ଶିବରାଜ ସିଂ ଚୌହାନ, ବସବରାଜ ବୋମଇ, ମନୋହରଲାଲ ଖଟ୍ଟର, ସର୍ବାନନ୍ଦ ସୋନୋବାଲ ମଧ୍ୟ ମୋଦୀଙ୍କ କ୍ୟାବିନେଟରେ ସାମିଲ ହେବାର ଦାବିଦାର ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe