କନକ ବ୍ୟୁରୋ : ଚୀନର ନାଁ ନନେଇ ଦିଲ୍ଲୀର ଲାଲକିଲ୍ଲାରୁ ପଡୋଶୀକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ବିସ୍ତାରବାଦ ବିଚାରଧାରା ରଖୁଥିବା ଦେଶ ନିଜ ସୀମାର ବିସ୍ତାର ପାଇଁ ବହୁତ ପ୍ରୟାସ କରିଛନ୍ତି । ଏହି ଚିନ୍ତାଧାରା ଫଳରେ କେବଳ କିଛି ଦେଶକୁ ନିଜର ଗୋଲାମ କରି ରଖିଛନ୍ତି । ହେଲେ ଯୁଦ୍ଧ ଭଳି ପରିସ୍ଥିତି କିମ୍ବା ଭୟ ସୃଷ୍ଟି କଲାଭଳି ପରିବେଶରେ ମଧ୍ୟ ଭାରତ ତାର ସ୍ୱାଧୀନତା ପାଇଁ ଲଢେଇରେ କେବେ ନରମ ପଡିନାହିଁ ।
ନିକଟରେ ଲଦାଖ ସୀମାରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ପରେ ଭାରତୀୟ ସେନା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପରେ ଦିଲ୍ଲୀ ଲାଲକିଲ୍ଲାର ପ୍ରାଚୀରରୁ ପଡୋଶୀକୁ ମୋଦି କଡା ବାର୍ତା ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଥିଲା । ୪୭ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଚୀନର ନାଁ ନନେଇ ଏହାର ବିସ୍ତାରବାଦୀ ନୀତିକୁ ତ୍ରୀବ୍ର ନିନ୍ଦା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/4-13.jpg)