କନକ ବ୍ୟୁରୋ : ଯବାନଙ୍କ ସହ ଦିପାବଳୀ ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀପାବଳି ପାଳନ ପାଇଁ ଜାମ୍ମୁକାଶ୍ମୀର ରାଜୌରୀ ଜିଲ୍ଲା ନୌସେରାରେ ପହଞ୍ଚିଛନ୍ତି ମୋଦୀ । ପ୍ରତିବର୍ଷ ପରି ଏଥର ବି ପ୍ରଧାନମନ୍ତ୍ରୀ ସେନା ଯବାନଙ୍କ ଗହଣରେ ପାଳିଛନ୍ତି ଦୀପାବଳି । ଶହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅନ୍ୟ ଯବାନଙ୍କୁ ମିଠା ଖୁଆଇଛନ୍ତି ମୋଦୀ । ଆଉ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ପାଇ ଯବାନଙ୍କ ଜୋଶ ମଧ୍ୟ ଦ୍ୱିଗୁଣିତ ହୋଇଛି ।
ବୀର ଯବାନଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ମୁଁ ମୋ ପରିବାର ସହ ଦୀପାବଳି ପାଳନ କରିବାକୁ ଆସିଛି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆଉ ଏବେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋର ଏହି ପରିବାର ସହ ଦୀପାବଳି ପାଳନ କରି ଆସୁଛି । ବୀର ଯବାନ ଅନିଦ୍ରା ରହି ସୀମାକୁ ସୁରକ୍ଷା ଦେଉଥିବାରୁ ଦେଶ ଭିତରେ ଲୋକେ ଶାନ୍ତିରେ ଶୋଇ ପାରୁଛନ୍ତି । ଯବାନଙ୍କ ପାଇଁ ଦେଶ ଭିତରେ ଶାନ୍ତି ଓ ସୁରକ୍ଷା ବଜାୟ ରହିଛି ।
#WATCH Early morning today, when PM Modi left for Nowshera, J&K, minimal security arrangements and no traffic restrictions were in place on the route in Delhi
(Source: Doordarshan) pic.twitter.com/QJ3DrRtmyy
— ANI (@ANI) November 4, 2021
ତେବେ ନୌସେରାରେ ପହଞ୍ଚିବା ପୂର୍ବରୁ ଆଜି ସକାଳୁ ଦିଲ୍ଲୀରୁ ବାହାରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଅଳ୍ପ ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ବାହାରିଥିଲା । ପ୍ରଧାନମନ୍ତ୍ରୀ ଯେଉଁ ରୁଟରେ ଯାଉଥିଲେ ସେହି ରୁଟରେ ସେମିତି କୌଣସି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ ନଥିଲା । କାରକେଡରେ ଅଳ୍ପ କେତୋଟି ଗାଡି ସହ ବିମାନବନ୍ଦର ଅଭିମୁଖେ ବାହାରିଥିଲେ ମୋଦୀ । ଆଉ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଯିବା ବେଳେ ଟ୍ରାଫିକରେ ଅଟକିଥିଲା । ଟ୍ରାଫିକରେ ନାଲିବତୀ ସିଗନାଲ ଜଳିବା ପରେ ଅନ୍ୟ ଗାଡି ପରି ପ୍ରଧାନମନ୍ତ୍ରୀଙ୍କ କାରକେଡ ମଧ୍ୟ ଅଟକିଥିଲା । ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି ।
ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏଲଓସି ପାଖିପାଖି ଅଂଚଳକୁ ଆଲର୍ଟ କରାଯାଇଛି । ଏଥିସହ କାଶ୍ମୀରର ସୁରକ୍ଷା ବି ବଢାଇ ଦିଆଯାଇଛି । ୨୦୧୪ରୁ ପ୍ରଧାନମନ୍ତ୍ରୀ ହେବା ଦିନରୁ ହିଁ ଯବାନଙ୍କ ସହ ଦୀପାବଳି ପାଳିଆସିଛନ୍ତି ମୋଦି ।