ସ୍କଟଲ୍ୟାଣ୍ଡରେ ଜଳବାୟୁ ପରିବର୍ତନ ନେଇ ମୋଦୀଙ୍କ ଆହ୍ୱାନ: ଗ୍ଲାସଗୋରେ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହ କଲେ ଦ୍ୱିପାକ୍ଷିକ ଆଲୋଚନା 

118

କନକ ବ୍ୟୁରୋ: ଗ୍ଲାସଗୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍କଟଲ୍ୟାଣ୍ଡରେ ଆୟୋଜିତ ‘ଆଇଆରଆଇଏସ’ ବା ଇନଫ୍ରାଷ୍ଟ୍ରକଚର ଫର ରିସାଇଲେଂଟ ଆଇଲ୍ୟାଣ୍ଡ ଷ୍ଟାଟସ କାର୍ଯ୍ୟକ୍ରମ ଉଦଘାଟନି ଉତ୍ସବରେ ଯୋଗ ଦେଇଛନ୍ତି ମୋଦୀ । ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସହ ମିଳିତଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଉଦଘାଟିତ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଜଳବାୟୁ ପରିବର୍ତନ ସାରା ବିଶ୍ୱ ପାଇଁ ଏକ ବଡ ଆହ୍ୱାନ । ଛୋଟଠୁ ବଡ ସବୁ ଦେଶରେ ଏଥିରେ ପ୍ରଭାବିତ ହେଉଛନ୍ତି । ଆଉ ଜଳବାୟୁ ପରିବର୍ତନରେ ସବୁଠାରୁ ବେଶୀ କ୍ଷତି ସହୁଥିବା ଦେଶଗୁଡିକ ପାଇଁ କିଛି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ନୂଆ ଆଶା ଯୋଗାଇଥିବା ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁରୋପ ଗସ୍ତର ଆଜି ହେଉଛି ୪ର୍ଥ ତଥା ଶେଷ ଦିନ । ଗସ୍ତର ଶେଷ ଦିନ ଗ୍ଲାସଗୋରେ ୟୁକ୍ରେନ, ନେପାଳ, ଇସ୍ରାଏଲ, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ମଲାବୀର ରାଷ୍ଟ୍ରନେତାଙ୍କ ସହ ମୋଦି ଭେଟିବା ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି । ବିଶେଷ କରି ଜଳବାୟୁ ପରିବର୍ତନ ନେଇ ବିଭିନ୍ନ ଦେଶ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ବିଶ୍ୱର ଅନ୍ୟତମ ବିତଶାଳୀ ବ୍ୟବସାୟୀ ତଥା ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ ଗେଟ୍ସଙ୍କ ସହ ମଧ୍ୟ ଗ୍ଲାସଗୋରେ ଆଲୋଚନା କରିଛନ୍ତି ।

ଗ୍ଲାସଗୋରେ ଅନୁଷ୍ଠିତ ମିଳିତ ରାଷ୍ଟ୍ର ଜଳବାୟୁ ପରିବର୍ତନ କାର୍ଯ୍ୟକ୍ରମରେ ବିଶ୍ୱର ବଡ ବଡ ରାଜନେତାଙ୍କ ସହ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରିଟେନ୍ ଓ ଇଟାଲୀର ସହଭାଗିତାରେ ଏହି ୨ ସପ୍ତାହ ଧରି ଚାଲିବ ଏହି ସମ୍ମିଳନୀ କପ-୨୬ । ଆଉ ଏହି ସମ୍ମିଳନୀରେ ଯୋଗ ଦେବା ପରେ ଭାରତ ଫେରିବେ ପ୍ରଧାନମନ୍ତ୍ରୀ ।