ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ: କହିଲେ ‘ଭାରତର ସାମର୍ଥ୍ୟକୁ ଉପଲବ୍ଧି କରିଛି ସାରା ବିଶ୍ୱ’

111

କନକ ବ୍ୟୁରୋ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା କାଳରେ ଦେଶ ଯେଉଁ  ନୂଆ ଉପଲବ୍ଧି ହାସଲ କରିଛି ସେଥିପାଇଁ ଦେଶବାସୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି ମୋଦୀ ।

୧୦୦ କୋଟି ଭ୍ୟାକ୍ସିନେସନ୍ ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ବରଂ ଏହା ଦେଶର ସାମର୍ଥ୍ୟର ପ୍ରତିବିମ୍ବ ଅଟେ । ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ରଚନା । ଏହା ନୂଆ ଭାରତର ଛବି ଯିଏ ନିଜ ସଙ୍କଳ୍ପର ସିଦ୍ଧି ପାଇଁ କଠୋର ପରାକାଷ୍ଠା କରିପାରେ ।ଅନେକ  ଲୋକ ଭାରତର କୋଭିଡ ଭ୍ୟାକ୍ସିନେସନକୁ ନେଇ ଅନେକ ପ୍ରଶ୍ନ ୁଠାଇଥିଲେ । ଏହାର  ତୁଳନା ଅନ୍ୟ ଦେଶ ସହ କରୁଥିଲେ । ହେଲେ ଭାରତ ଯେଉଁ ବେଗରେ ୧୦୦ କୋଟିର ଭ୍ୟାକ୍ସିନେସନକୁ ଟିପଛି ତାହାର ସାରା ବିଶ୍ୱରେ ପ୍ରଶଂସା ହେଉଛି । ତାହା ପୁଣି ବିନା ମୂଲ୍ୟରେ । ଏହି ବିଶ୍ଳେଷଣରେ ଗୋଟିଏ କଥା କୁହାଯାଇପାରେ ଯେ, ଟିକା ଉତ୍ପାଦନ ଆମ ଦେଶ ପାଇଁ ଏକ ଚ୍ୟାଲେଂଜ ଥିଲା  । ତଥାପି ଏହି ଚ୍ୟାଲେଜକୁ ସ୍ୱୀକାର କରି ନିଜକୁ ପ୍ରମାଣିତ କରିପାରିଛି ଭାରତ । ୧୦୦ କୋଟିର ଟିକାରଣର ସମସ୍ତଙ୍କ ପ୍ରଶ୍ନର ଉତ୍ତର ବୋଲି ମହିଛନ୍ତି ମୋଦୀ ।

ଦେଶ ତଥା କରୋନା ଭଳି ମହାମାରୀକୁ ହାଇବାରେ ଭାରତ ଏକ ଶକ୍ତିଶାଳୀ  ଯୋଦ୍ଧା ବୋଲି ସ।।ରା ବିଶ୍ୱ ମାନିବ ଏଥିରେ ସନ୍ଦେହ ନାହିଁ ବୋଲି ମୋଦୀ କହିଛନ୍ତି । କରୋନ ମହାମାରୀର ଆରମ୍ଭରେ ଭାରତର ସାମର୍ଥ୍ୟକୁ ନେଇ ଅନେକି ଶଙ୍କା ଉଙ୍କିମାରିଥିଲେ ବି ଦୃଢ ସଂଯମ ଓ କଠିନ ଅନୁଶାସନ ଭିତରେ ଭାରତ ଏହାକୁ ପରାସ୍ତ କରିଛି । ଏସବୁ ସମ୍ଭବ ହୋଇପାରିଛି ଦେଶବାସୀଙ୍କ ମିଳିତ ଚେଷ୍ଟା ଯୋଗୁଁ ।

ଭ୍ୟାକ୍ସିନେସନ୍ କ୍ଷେତ୍ରରେ ସବୁଠୁ ବଡ ଦିଗନ୍ତ ହେଉଛି ଟିକାକରଣ ଅଭିଯାନ ଭିଆପି କଲଚରରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିଛି । କହିବାର ଅର୍ଥ ଯଦି ରୋଗ ସମସ୍ତଙ୍କ ପାଇଁ ସମାନ ତାହାଲେ ଟିକାକରଣ ମଧ୍ୟ ମସସ୍ତଙ୍କ ପାଇଁ ଅନୁଭବ କରି ସାରା ଦେଶରେ ବିନା ମୂଲ୍ୟରେ ଟିକାକରଣ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମୀ ଓ ସାଧାରଣ ଜନତା ସମସ୍ତଙ୍କ ପ୍ରୟାସ ଆଣିଛି ଅଦ୍ଭୁତ ପରିଣାମ ।

କରୋନାକୁ ରୋକିବାକୁ ସଙ୍ଗରୋଧ ବାର୍ତ୍ତା ଦେବାକୁ ଥାଳି ଓ ତାଳି ବଜାଇବା ସହ ଦୀପ ଜାଳାଇବାକୁ ମଧ୍ୟ ଅନେକ ବିଦ୍ରୁପ କରିଥିଲେ । ଏପରି କଲେ କ’ଣ କରୋନା ପଳାଇବ ବୋଲି ଥଟ୍ଟା କରିଥିଲେ । କିନ୍ତୁ ତାଳି ଓ ଥାଳି ମାଡ ଦେଶକୁ ଏକଜୁଟ କରିବାପାରିଛି ।ଏହାଦ୍ୱାରା ଦେଶର ସାମୁହିକ ଶକ୍ତିର ଜାଗୃତି ଦେଖାଯାଇଥିଲା ।

 

କରୋନାର ଦୁଃସହ ସମୟରେ ପ୍ରତିଟି ପରିସ୍ଥିତିକୁ ବୈଜ୍ଞାନିକ ଦଅଷ୍ଟିରେ ଦେଖାଯାଇଥିଲା ।ବିଳମ୍ବରେ ହେଉ ପଛେ ଭାରତ ନିଜର ଟିକା ଉତ୍ପାଦନ କରି ଟିକାକରଣରେ ଇତିହାସ ରଚିଛି । ଭାରତ ରଚିଛି ଗୋଟିଏ ଦିନରେ କୋଟିଏ ଟିକାର ମାଇଲଖୁଣ୍ଟ, ଯାହା ଏଯାଏଁ କୌଣସି ବିକଶିତ ରାଷ୍ଟ୍ର ମଧ୍ୟ କରିପାରିନାହାଁନ୍ତି । ଏନେଇ ଦେଶବାସୀଙ୍କ ସାମୁହିତ ଶକ୍ତି ସ ସହଯୋଗକୁ ଭୂୟସି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।