ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ : ‘ସତର୍କ ରୁହ, ଏବେବି ସରିନି ଯୁଦ୍ଧ’

100

କନକ ବ୍ୟୁରୋ: କରୋନା ପରି ଏକ ଭୟଙ୍କର ସ୍ଥିତିରେ ଦେଶବାସୀଙ୍କ ଧୈର୍ଯ୍ୟକୁ ଭୂରି ପ୍ରଶଂସା କରିବା ସହ ଆନ୍ତରିକ ଶୁଭେଚ୍ଛା ହୋଇଛି । କରୋନାରେ ଅନେକ ଲୋକ ଅନେକ କିଛି ହରାଇବା ପରେ ବିି କରୋନାକୁ ହରାଇବାକୁ ଅଣ୍ଟଭିଡିଛନ୍ତି । ରଣ କ୍ଷେତ୍ରରେ କରୋନା ମହାମାରୀ ପରି ଶତୁୃକୁ ସାହାସର ସହ ସାମନା କରିଛନ୍ତି ଦେଶବାସୀ । ତଥାପି ଯୁଦ୍ଧ ସରିନି । ତେଣୁ ଶତ୍ରୁକୁ ଦୁର୍ବଳ ଭାବି ବେପରୁଆ ହେବା ଅନୁଚିତ । ଦେଶ ନିଜର ଲକ୍ଷ୍ୟ ପୂରଣ କରିବା ଭଲ ଭାବେ ଜାଣିଛି । ହେଲେ ଏଥିପାଇଁ ଆବଶ୍ୟକ ସତର୍କତା ବୋଲି କହିଛନ୍ତି ମୋଦୀ ।

କବଚ ଯେତେବି ଆଧୁୁନିକ ହେଉନା କାହିଁକି ଶତ୍ରୁ ସମ୍ପୂର୍ଣ୍ଣ ପରାଜିତ ନହେବା ଯାଏଁ ଯୋଦ୍ଧା ସତର୍କ ରହିବା ଉଚିତ । କରୋନା ଶତ୍ରୁ ବିରୋଧରେ ଏବେ ଟିକାକରଣ ପରେ ସବୁଠୁ ବଡ କବଚ ହେଉଛି ମାସ୍କ । ଏହାକୁ ନିଜ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଗ୍ରହଣ କରିନିଅନ୍ତୁ । ଯାହାଦ୍ୱାରା ଚଳିତ ବର୍ଷ ଦୀପାବଳୀକୁ ଭୟରେ ନୁହେଁ ବରଂ ଉତ୍ସାହ ଓ ବିଶ୍ୱାସର ସହ ପାଳନ କରିବାକୁ ଶୁଭେଚ୍ଛା ଜଣାଇନ୍ତି ମୋଦୀ ।