ସଂନ୍ଧ୍ୟା ୬ ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

268

କନକ ବ୍ୟୁରୋ : ସଂନ୍ଧ୍ୟା ୬ ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଆସିବା ପରେ ପ୍ରଧାନମନ୍ତ୍ରୀ କାହା ଉପରେ ସନ୍ଦେସ ଦେବେ ସେନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କିଛି ରାଜନୈତିକ ବିଶେଷଜ୍ଞଙ୍କ ମତରେ ପ୍ରଧାନମନ୍ତ୍ରୀ କରୋନାକୁ ନେଇ ଦେଶବାସୀଙ୍କୁ କିଛି ସନ୍ଦେସ ଦେଇପାରନ୍ତ ! ଅନ୍ୟପଟେ ନୂତନ କୃଷିବିଲ୍ ଉପରେ ବି ଆଲୋଚନା କରିପାରନ୍ତି । ଏହା ସହ ବିହାର ନିର୍ବାଚନ ସହ ଦେଶର ଅନେକ ସ୍ଥାନରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଛି ।  ସାମାଜିକ ଦୂରତାକୁ ନେଇ ବି ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି । ସେପଟେ ଗୋଷ୍ଠୀ ସଂକ୍ରମଣ ବାବଦରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ବାବଦରେ ବି ଆଲୋଚନା ବି କରିପାରନ୍ତି । ଏସବୁ ଆଶଙ୍କା କରାଯାଉଥିବା ବେଳେ କ’ଣ ରହିବ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ତାହା ଜାଣିବା ପାଇଁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଅନ୍ୟପଟେ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଅଗଣିତ ଫ୍ୟାନ ଓ ଫଲୋର୍ସ ରହିଥିବା ବେଳେ ମନ୍ କି ବାତ କାର୍ଯ୍ୟକ୍ରମ ବି ବେସ୍ ସଫଳ ହେଉଥିବା ଦେଖିବାକୁ ମିଳିଛି । ସେପଟେ ଏବେ ପାର୍ବଣ ଋତୁ ଚାଲିଥିବା ବେଳେ ପାର୍ବଣ ବେଳେ କରୋନା କଟକଣାକୁ ନେଇ ବି କିଛି ସନ୍ଦେସ ଦେଇପାରନ୍ତି ମୋଦି । ଅନ୍ୟପଟେ ଏହି ଭର୍ଚୁଆଲ ସମ୍ବୋଧନ ସହ ଯୋଡି ହେବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । କହିରଖୁ କି କରୋନା ଟୀକାକୁ ନେଇ ଏବେ ବି ଦେଶବାସୀଙ୍କ ନିକଟରେ କିଛି ସ୍ପଷ୍ଟ ଚିତ୍ର ନଥିବା ବେଳେ ଏନେଇ ବି ପ୍ରଧାନମନ୍ତ୍ରୀ କିଛି ସୂଚନା ଦେଇପାରନ୍ତି ।