ମୋଦୀଙ୍କ ୧୧ ଦିନର ବ୍ରତ । ନିଜକୁ ଶୁଦ୍ଧ ରଖିବା ପାଇଁ ବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ

Advertisment
ମୋଦୀଙ୍କ ୧୧ ଦିନର ବ୍ରତ । ନିଜକୁ ଶୁଦ୍ଧ ରଖିବା ପାଇଁ ବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜକୁ ଶୁଦ୍ଧ ରଖିବା ପାଇଁ ଏହି ବ୍ରତ କରୁଛନ୍ତି । ଏହି ସମୟରେ ବେଶ କଠୋର ନିୟମ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏକ ବକ୍ତ ସାତ୍ୱିକ ଭୋଜନ ଏବଂ ନଡିଆ ପାଣି ପିଇ ବ୍ରତ ପାଳନ କରୁଛନ୍ତି ।

କେବଳ ସେତିକି ନୁହେଁ ତଳେ କମ୍ବଳ ପାରି ଶୋଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ମୁଖ୍ୟ ଯଜମାନ ଦାୟିତ୍ୱ ନିର୍ବାହ କରିବେ ମୋଦୀ । ଯାହା ପାଇଁ ନିଜକୁ ଶୁଦ୍ଧ କରିବାକୁ କଠିନ ବ୍ରତ ପାଳନ କରୁଛନ୍ତି ମୋଦୀ । ବ୍ରତ ପାଳନ ସହ ଦେଶର ବିଭିନ୍ନ ମନ୍ଦିର ଗସ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ତାମିଲନାଡୁର ତିରୁଚିରାପଲ୍ଲି ଓ ରଙ୍ଗନାଥ ସ୍ୱାମୀ ମନ୍ଦିର ଗସ୍ତ କରୁଛନ୍ତି ମୋଦୀ ।

ମୋଦୀଙ୍କ ୧୧ ଦିନର ବ୍ରତ

- ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ରତ
- ୧୧ଦିନର କଠିନ ବ୍ରତ ପାଳନ କରୁଛନ୍ତି ମୋଦୀ
- ସାତ୍ୱିକ ଆହର ଖାଉଛନ୍ତି
- କେବଳ ଫଳମୂଳ ଆହାର କରୁଛନ୍ତି
- ଖଟରେ ନ ଶୋଇ ତଳେ କମ୍ବଳ ପାରି ଶୋଉଛନ୍ତି
- ଦେଶର ବିଭିନ୍ନ ମନ୍ଦିର ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ
- ୧୨ ତାରିଖରେ ବ୍ରତ ବିଷୟରେ ପୋଷ୍ଟ କରିଥିଲେ ମୋଦୀ
- ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଯଜମାନ ହେବେ ପ୍ରଧାନମନ୍ତ୍ରୀ
- ନିଜକୁ ଶୁଦ୍ଧ କରିବା ପାଇଁ ପାଳୁଛନ୍ତି ଏହି ବ୍ରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe