ଗୋଟିଏ ବାଇକରେ ଏକାସାଙ୍ଗେ ଯାଉଛନ୍ତି ୮ ଜଣ। ଭିଡିଓ ହେଉଛି ଭାଇରାଲ… ଆଶ୍ଚର୍ଯ୍ୟ କରିଦେଲା ଅଜବ ବାଇକ୍…

216

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଆପଣ ଅନେକ ସମୟରେ କିଛି ନିଆରା କିମ୍ବା ଅଜବ-ଗଜବ ଭଳି ଭିଡିଓ ଭାଇରାଲ ହେବାର ଦେଖୁଥିବେ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଛନ୍ତି । ଭାଇରାଲ ହେଉଥିବା ଭିଡ଼ିଓଟି ଏକ ବିରଳ ବା ଅଦ୍ଭୁତ ବାଇକକୁ ନେଇ ଚର୍ଚ୍ଚାରେ ରହିଛି।

ଗୋଟିଏ ବାଇକ କିନ୍ତୁ ସେଥିରେ ୮ ଜଣ ଏକାସାଙ୍ଗରେ ବସି ଯାଅଆସ କରିପାରୁଛନ୍ତି। ପାଖରେ ୪ ଚକିଆ କାର୍ ନାହିଁ ବୋଲି ଏମିତି ଏକ ପରିକଳ୍ପନାରେ ୮ ଜଣିଆ ସିଟ୍ ପୂର୍ଣ୍ଣ ବିରଳ ବାଇକ ତିଆରି କରିଛନ୍ତି। ତେବେ ଏହି ବାଇକର ପୁରା ଭିଡ଼ିଓଟି (ମିମ୍ସ ୱାଲା ନ୍ୟୁଜ) ପେଜରେ ପୋଷ୍ଟ ହୋଇଛି। ଯାହାକୁ ହଜାର ହଜାର ଲୋକ ଦେଖିସାରିଲେଣି। ଦିନକରେ ୭ ହଜାର ଲାଇକ ଓ ଥଟ୍ଟା ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ୟୁଜର୍ସ।

ତେବେ ଏହି ଭାଇରାଲ୍ ଭିଡିଓରେ ଏକ ମୋଡ଼ିଫାଏଡ଼ ବାଇକ୍ ଦେଖିବାକୁ ମିଳୁଛି । ଯାହାର ସିଟ୍ ସାଧାରଣ ବାଇକ ଅପେକ୍ଷା ଢେର ଗୁଣା ବଡ଼। ଯେଉଁଥିରେ ବାଇକ ଆରୋହୀ ସାମ୍ନାରେ ବସିଛନ୍ତି । ଆଉ ଜଣକ ପରେ ଜଣେ ପଛକୁ ପଛ ବାସିଯାଉଛନ୍ତି। ଆଶ୍ଚର୍ଯ୍ୟକର ବିଷୟ ହେଉଛି ଯେ, ଜଣେ କି ଦୁଇ ଜଣ ଲୋକ ବାଇକରେ ଯାଉନାହାଁନ୍ତ ବରଂ ଏକା ସାଙ୍ଗରେ ୮ “ଜଣ ବସିକି ଗୋଟିଏ ବାଇକରେ ଯାତ୍ରା କରୁଛନ୍ତି। ତେବେ ଭିଡ଼ିଓଟି କେଉଁ ସ୍ଥାନର ବୋଲି ଜଣାପଡିନାହିଁ।