କନକ ବ୍ୟୁରୋ: ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳେ ଜାତୀୟ ନେତାଙ୍କ ମଧ୍ୟ ଓଡିଶା ଆସିବା ଆରମ୍ଭ ହୋଇଯାଇଛି । ଭବାନୀପାଟଣା ପରେ ୪ ଦିନ ପରେ ଦ୍ୱିତୀୟ ଥର ପାଇଁ ଅର୍ଥାତ୍ ଆସନ୍ତା କାଲି ପୁଣି ଓଡିଶା ଆସିବେ ମୋଦି । ସୁବର୍ଣ୍ଣପୁରରେ ଜନସଭାକୁ ସମ୍ବୋଧନ କରିବେ ମୋଦି । ମଧ୍ୟ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ସେ କୋରାପୁଟ ଜିଲାର ଜୟପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ବେଳେ ଏପ୍ରିଲ୍ ୨ ତାରିଖରେ କଳାହାଣ୍ଡିର ଭବାନୀପାଟଣା ଆସିଥିଲେ। ତେବେ ପ୍ରଧାନମନ୍ତ୍ରୀ ଆସନ୍ତା କାଲି ପୁଣି ସୁନ୍ଦରଗଡ଼ ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ସେହିପରି ରବିବାର ଦିନ ବିଜେପି ରାଷ୍ଟ୍ର୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଆସି ଗଂଜାମ ଓ ବରଗଡରେ ଆୟୋଜିତ ସଭାରେ ଯୋଗଦେବେ । ଏହା ପୂର୍ବରୁ ଏପ୍ରିଲ୍ ୧ ତାରିଖରେ ମଧ୍ୟ ଶାହା ଓଡ଼ିଶା ଗସ୍ତରେ ଆସି ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ।
ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଆସନ୍ତା ୯ରେ ଓଡିଶା ଆସୁଛନ୍ତି । କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦିଗପହଣ୍ଡି ସାଧାରଣ ସଭାରେ ଯୋଗଦେଇ ସମ୍ବୋଧନ କରିବେ ରାହୁଲ ।
/kanak/media/post_attachments/wp-content/uploads/2019/04/rahul_chowkidar_jail_750_1554426711_618x347-300x168.jpeg)
ନିର୍ବାଚନ ପାଖେଇ ଆସୁଛି । ଓଡିଶା ଅଭିମୁଖେ ରାଜନେତାଙ୍କ ସୁଅ ଛୁଟୁଛି । ପୂର୍ବରୁ ରାହୁଲ ଭବାନୀପାଟଣା, ରାଉରକେଲା ଓ ଜୟପୁର ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତେବେ ରାହୁଲଙ୍କ ଏପ୍ରିଲ ୪ ତାରିଖରେ ଓଡିଶା ଗସ୍ତ ଥିଲା । କିନ୍ତୁ ୱାଇନାଡ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାରୁ ସେ କେରଳ ଗସ୍ତ କରିଥିଲେ ଏବଂ ଆସନ୍ତା ୯ ତାରିଖରେ ସେ ଓଡିଶାକୁ ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି ।