କନକ ବ୍ୟୁରୋ: ମିଳିତ ଜାତିସଂଘ ମୁଖ୍ୟାଳୟର ବଗିଚାରେ, ଯୋଗାସନ କରି ସାରା ବିଶ୍ୱକୁ ବଡ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯୋଗ କରି କେମିତି ମାନସିକ ଓ ଶାରିରୀକ ସୁସ୍ଥ ରହିହେବ, ତାର ସୂତ୍ର କହିଛନ୍ତିି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ସହ ବିଶ୍ୱର ୧୮୦ ଦେଶର ପ୍ରତିନିଧି ସାମିଲ ହୋଇ ଯୋଗ କରିବା ଯୋଗର ଗୁରୁତ୍ୱକୁ ବଢ଼ାଇ ଦେଇଛି । ତେବେ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରି କହିଛନ୍ତି, ଯିଏ ଯୋଡିଥାଏ ସେ ହେଉଛି ଯୋଗ । ଯୋଗ ପୁରା ବିଶ୍ୱକୁ ଏକ ପରିବାରରେ ପରିଣତ କରିଛିି ।

Advertisment
  • ଜାତିସଂଘରୁ ବିଶ୍ୱକୁ ମୋଦୀଙ୍କ ବାର୍ତ୍ତା
  • ଯୋଗ କଲେ ୧୮୦ ଦେଶର ପ୍ରତିନିଧି

ମନ ଓ ଶରୀରକୁ ସୁସ୍ଥ ରଖିବାର ଏକ ଅନନ୍ୟ ଉପାୟ ହୋଇଥିବାରୁ, ସାରା ବିଶ୍ୱରେ ବୟସ୍କଙ୍କଠାରୁ ଆରମ୍ଭ କରି ଯୁବପିଢିଙ୍କ ମଧ୍ୟରେ ଯୋଗ ପ୍ରତି ବଢ଼ି ବଢ଼ି ଚାଲିଛି ଆଗ୍ରହ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରେ ଦେଖିବାକୁ ମିଳିଛି ଯୋଗ ପ୍ରତି ବଢ଼ୁଥିବା ଆଗ୍ରହର ଚିତ୍ର । ଗାଁ ଠୁ ସହର, ସବୁଠି ଯୋଗର ଦୃଶ୍ୟ ଆସିଛି ।

କେବଳ ସାଧାରଣ ଲୋକ ନୁହଁନ୍ତି, ନେତାମାନେ ବି ଯୋଗ କରୁଥିବା ଦେଖିବାକୁ ମିଳିଛି । ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବାଲେଶ୍ୱରରେ ରେଳବାଇ ପକ୍ଷରୁ ଆୟୋଜିତ ଯୋଗ ଶିବିରରେ ସାମିଲ ହୋଇ ଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶି୍ୱନୀ ବୈଷ୍ଣବ । ସେହିପରି ନୟାଗଡ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଷ୍ଟାଡିୟମରେ ଆୟୋଜିତ ଯୋଗ ଶିବିରରେ ଯୋଗ ଦେଇଥିଲେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଯାର୍ଦ୍ଦୋଶ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ତେବେ ସକାଳୁ ସକାଳୁ ଯୋଗ କରିବା ଦ୍ୱାରା ଶରୀର ଶୁଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ । ଯୋଗ କରିବା ଦ୍ୱାରା ଜଣେ ଉଭୟ ମାନସିକ ଓ ଶାରୀରୀକ ଭାବେ ସୁସ୍ଥ ରହିଥାଏ ।