ଅକ୍ଷୟ କୁମାରଙ୍କ ମାଆଙ୍କ ମୃତ୍ୟୁ ପରେ ଚିଠି ଲେଖିଲେ ମୋଦୀ: କହିଲେ ଏମିତି କଥା…

290

କନକ ବ୍ୟୁରୋ: ସେପ୍ଟେମ୍ବର ୮ ତାରିଖରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପରେ ବଲିଉଡ ଜଗତ ସହ ଅନେକ ଲୋକ ଅକ୍ଷୟ କୁମାରଙ୍କୁ ସମବେଦନା ଜଣାଇଥିଲେ । ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଷୟ କୁମାରଙ୍କ ମାଙ୍କ ମୃତ୍ୟୁ ପରେ ଏକ ଶୋକ ସନ୍ଦେଶ ପଠାଇଛନ୍ତି ।

ମୋଦୀ ତାଙ୍କ ଚିଠିରେ ଲେଖିଛନ୍ତି, ମୋର ପ୍ରିୟ ଅକ୍ଷୟ, ଏହା ସବୁଠାରୁ ଭଲ ହୋଇଥାନ୍ତି ଯଦି ମୁଁ ଏ ଚିଠି କେବେ ଲେଖିନଥାନ୍ତି । ଆପଣଙ୍କ ମାଆ ଅରୁଣା ଭାଟିୟାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ । ସକାଳେ ଯେତେବେଳେ ଆପଣଙ୍କ ସହ କଥା ହୋଇଥିଲି ଆପଣ ବହୁତ ଦୁଃଖିତ ଥିଲେ । ଆପଣ ଲେଖିଥିଲେ ମାଆ ଆପଣଙ୍କ ସବୁ କିଛି ।

ସେହିପରି ଚିଠି ପାଇବା ପରେ ତାକୁ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ମାଆଙ୍କ ମୃତ୍ୟୁ ପରେ ସମସ୍ତଙ୍କ ଶୋକ ସନ୍ଦେଶ ପାଇଁ ମୁଁ ଋଣି । ମୋ ପାଇଁ ଓ ମୋ ମାଆଙ୍କ ପାଇଁ ସମୟ ବାହାର କରି ନିଜ ଭାବନା ପ୍ରକାଶ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।