ମୋଦି ଜିତିଛନ୍ତି ଭାରତବାସୀଙ୍କ ହୃଦୟ । ଓଇସିଡି ସର୍ଭେ ତାଲିକାରେ ବିଶ୍ୱର ତୃତୀୟ ସ୍ଥାନରେ ମୋଦି ସରକାର

53

ଏବେ ବି ମୋଦି ସରକାରଙ୍କ ଉପରେ ଭାରତୀୟଙ୍କ ଅତୁଟ ଭରସା ରହିଛି । ଭାରତର ତିନି ଚତୁର୍ଥାଂଶ ଲୋକଙ୍କ ପସନ୍ଦ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକଥା ଆମେ କହୁନାହୁଁ, ଓଇସିଡି ସର୍ଭେ ରିପୋର୍ଟ ଏହା ଦର୍ଶାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଶ୍ୱର ସବୁଠୁ ବିଶ୍ୱାସନୀୟ ସରକାରଙ୍କ ମଧ୍ୟରେ ଅନ୍ୟତମ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି। ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଉପରେ ସର୍ବେକ୍ଷଣ କରିଥିବା ଆର୍ଥିକ ସହଯୋଗ ଏବଂ ପ୍ରଗତି ସଂଗଠନ(ଓଇସିଡି) ପକ୍ଷରୁ ଭାରତକୁ ତୃତୀୟ ଶ୍ରେଷ୍ଠ ବିଶ୍ୱାସନୀୟ ରାଷ୍ଟ୍ରର ମାନ୍ୟତା ମିଳିଛି। ଓଇସିଡି ବିଚାରରେ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଏବଂ ଇଣ୍ଡୋନେସିଆକୁ ଦ୍ୱିତୀୟ ସ୍ଥାନ ମିଳିଛି।

ଭାରତର ପ୍ରାୟ ତିନି ଚତୁର୍ଥାଂଶ ଦେଶବାସୀ ମୋଦି ସରକାରଙ୍କ ଉପରେ ଭରସା ରଖିଛନ୍ତି ବୋଲି ଓଇସିଡି ରିପୋର୍ଟକୁ ଆଧାର କରି ବିଶ୍ୱ ଅର୍ଥନୈତିକ ସଂଗଠନ (ଡବ୍ଲ୍ୟୁଇଏଫ୍) କହିଛି। ଭାରତରେ ସମ୍ପ୍ରତି ଜାରି ରହିଥିବା ବୁର୍ନୀତି ବିରୋଧୀ ଆଭିମୁଖ୍ୟ ଏବଂ ଟାକ୍ସ ସୁଧାର ନୀତି ଯୋଗୁଁ ଜନସାଧାରଣ ସରକାରଙ୍କ ଉପରେ ଉଚ୍ଚ କୋଟୀର ଭରସା ରଖିଛନ୍ତି ବୋଲି ଡବ୍ଲ୍ୟୁଇଏଫ ମତ ଦେଇଛି। ଉଲ୍ଲେଖ ଥାଉ କି, ଓଇସିଡିର ଏହି ସର୍ବେକ୍ଷଣରେ ଦେଶର ଆର୍ଥିକ ସ୍ଥିତି, ରାଜନୈତିକ ଅସ୍ଥିରତା ଏବଂ ଦୁର୍ନୀତି ପ୍ରସଙ୍ଗକୁ ମାପକାଠି ଭାବେ ନିଆଯାଇଥିଲା।

ତେବେ ଲୋକଙ୍କ ବିଶ୍ୱାସଭାଜନ ହେବା ଲାଗି ସରକାର ସର୍ବସାଧାରଣ ସେବା ଏବଂ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଦେଶବାସୀଙ୍କ ସର୍ବାଧିକ ବିଶ୍ୱାସ ହରାଇଥିବା ସରକାରଙ୍କ ମଧ୍ୟରେ ଚିଲି, ଫିନଲ୍ୟାଣ୍ଡ, ଗ୍ରିସ ଏବଂ ସ୍ଳୋଭେନିଆ ଆଦି ଦେଶ ରହିଛି