କନକ ବ୍ୟୁରୋ : କୋଭିଡ୍ ଟିକା ନେବେ ମୋଦି ! ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟିକା ନେଇପାରନ୍ତି ବୋଲି ସୂଚନା ମିଳୁଛି। ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏନେଇ ସଙ୍କେତ ଦେଇଛନ୍ତି ।
ଟିକାକରଣକୁ ନେଇ ଗୁରୁବାର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ କହିଥିଲେ, କେହି ବି ବ୍ୟସ୍ତ ହୁଅନ୍ତୁ ନାହିଁ । ଦ୍ୱିତୀୟ ଦଫାରେ ୫୦ ବର୍ଷରୁ ଅଧିକ ବୟସର ସବୁ ଲୋକମାନଙ୍କୁ ଟିକା ଦିଆଯିବ । ଏହି ଦଫାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସହିତ ବହୁ ଭିଭିଆଇପିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।
ସାରା ଦେଶରେ ଏବେ କୋଭିଡ୍ ଟିକାକରଣର ପ୍ରଥମ ପର୍ଯ୍ୟାୟ ଜାରି ରହିଛି । ଏଥିରେ କେବଳ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବା ପରେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତେବେ ଏହାର ନିର୍ଦ୍ଦିଷ୍ଟ କୌଣସି ତାରିଖ ଘୋଷଣା ହୋଇନାହିଁ ।