ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ନେବେ ମୋଦୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

250

କନକ ବ୍ୟୁରୋ: ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ନେବେ ମୋଦୀ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦୀ । ମୋଦୀ ସରକାର’ର ତୃତୀୟ ପାଳିର ଆରମ୍ଭ ହେବାକୁ ଯାଉଛି । ଆଜି ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ଦେଇଛି ଏନଡିଏ । ସମର୍ଥକ ସାଂସଦଙ୍କ ଏକ ତାଲିକା ଦେବା ସହ ସରକାର ଗଠନ ପାଇଁ ଦାବି କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତିଙ୍କ ସହ ଏକ ସୌଜନ୍ୟମୂଲକ ସାକ୍ଷାତ ମଧ୍ୟ କରିଛନ୍ତି । ଆଉ ଏହି ସବୁ ପ୍ରକିୟା ଭିତରେ ଆସନ୍ତା ୯ ତାରିଖରେ ହେବ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ । ତେବେ ଏହା ପୂର୍ବରୁ ଏନଡିଏ’ର ସଂଦୀୟ ଦଳ ନେତା ଭାବେ ମୋଦୀଙ୍କ ନାଁ ନିର୍ବାଚିତ ହୋଇଛି ।