ରାଜଧାନୀରେ ମୋଦୀ କରିବେ ରୋଡ୍ ସୋ । ଜୟଦେବ ବିହାରରୁ ଜନତା ମଇଦାନ ଯାଏଁ କରିବେ ରୋଡ୍ ସୋ’

820

କନକ ବ୍ୟୁରୋ: ରାଜଧାନୀରେ ମୋଦୀ କରିବେ ରୋଡ୍ ସୋ । ଆସନ୍ତା ୧୨ ତାରିଖ ଅପରାହ୍ନରେ ମୋଦୀ ଭୁବନେଶ୍ୱରର ଜୟଦେବ ବିହାର ଛକରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ କରିବେ ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ, ଜନତା ମଇଦାନରେ ନରେନ୍ଦ୍ର ମୋଦୀ ପ୍ରେସମିଟ୍ ମଧ୍ୟ କରିବେ ବୋଲି ସୂଚନା ଅଛି । ତେବେ ଆସନ୍ତା ୧୨ ତାରିଖରେ ଓଡିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ବିଜେପିର ତମାମ ନେତୃବୃନ୍ଦ ଓଡିଶା ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅମିତ ଶାହା, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱଶର୍ମାଙ୍କ ଭଳି ନେତା ଓଡିଶା ଆସିବେ ବୋଲି ଜଣାପଡିଛି । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମୋଦୀ ଭୁବନେଶ୍ୱରରେ ରୋଡ୍ ସୋ କରିବେ ।