କନକ ବ୍ୟୁରୋ: ଜାନୁଆରୀ ୨୩ରେ ନେତାଜୀ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗ ଯିବେ ମୋଦି । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ନେତାଜୀଙ୍କ ଚିଠିକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ପୁସ୍ତକକୁ ଲୋକାର୍ପଣ କରିବେ । ଏହି ଦିନ ସାରା ଦେଶରେ ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯିବ ।
ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାପୂର୍ବରୁ ବିଜେପି ସେଠାରେ ନିଜ ସଙ୍ଗଠନ ସୁଦୃଢ କରିବାକୁ ଚେଷ୍ଟା କରୁଛି । ଯେଉଁ କାରଣରୁ ବିଜେପର ତମାମ ନେତା ଏବେ ପଶ୍ଚିମବଙ୍ଗ ମୁହାଁ ହୋଇଛତ୍ତି । ମୋଦିଙ୍କ ଏହି ବେଙ୍ଗଲ ଗସ୍ତ ବିଜେପିକୁ ଫାଇଦାରେ ରଖିବ ବୋଲି ମଧ୍ୟ କୁହାଯାଉଛି ।
ମୋଦି ତାଙ୍କର ଏହି ଗସ୍ତରେ ନ୍ୟାସନାଲ୍ ଲାଇବ୍ରେରୀ ସହିତ ଭିକ୍ଟୋରିଆ ମେମୋରିଆଲ୍ ମଧ୍ୟ ଯିବେ । ଏହାପରେ ନେତାଜୀ ସୁବାଷ ବୋଷଙ୍କ ଚିଠିକୁ ନେଇ ଛପା ଯାଇଥିବା ଏକ ସ୍ୱତନ୍ତ୍ର ପୁସ୍ତକକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ଏହି ଅବସରରେ ମୋଦି ଆଜାଦ୍ ହିନ୍ଦ୍ ଫୌଜର କିଛି ସଦସ୍ୟଙ୍କୁ ଭେଟିବେ । ଏହାପରେ ତାଙ୍କର ସମ୍ବୋଧନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/27-14.jpg)