ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଟ ୩ ଘଣ୍ଟାର କାର୍ଯ୍ୟକ୍ରମ ହୋଇଛି ଚୂଡାନ୍ତ

Advertisment
ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଟ ୩ ଘଣ୍ଟାର କାର୍ଯ୍ୟକ୍ରମ ହୋଇଛି ଚୂଡାନ୍ତ

Bhubaneswar: Prime Minister Narendra Modi waves to supporters at Bhubaneswar airport on Saturday. PTI Photo(PTI4_15_2017_000142b)

କନକ ବ୍ୟୁରୋ : ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ଗସ୍ତର କାର୍ଯ୍ୟସୂଚୀ ଆପାତତଃ ଚୂଡ଼ାନ୍ତ ହୋଇଛି। ପାଖାପାଖି ୩ ଘଣ୍ଟା ମୋଦୀ ଓଡ଼ିଶାରେ ରହିବେ। ଗସ୍ତସୂଚୀ ଅନୁଯାୟୀ ୨୪ ତାରିଖ ଅପରାହ୍ନ ୧ଟା ୫ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର୍ ଯୋଗେ ଜଟଣୀସ୍ଥିତ ଆଇଆଇଟି ଅଭିମୁଖେ ଯିବେ। ୧ଟା ୪୦ରେ ଆଇଆଇଟି କ୍ୟାମ୍ପସରେ ହେବାକୁ ଥିବା ସରକାରୀ ସଭାରେ ଆଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ।

publive-imageସେଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ। ଆଇଆଇଟିରେ ୪୦ ମିନିଟ୍ ରହି ମୋଦୀ ବରୁଣେଇ ନିକଟରେ ମୁକୁନ୍ଦପ୍ରସାଦ ଗୋଶାଳା ପଡ଼ିଆ ଅଭିମୁଖେ କାରରେ ଯିବେ। ସେଠାରେ ଦଳୀୟ ସମାବେଶରେ ଉଦବୋଧନ ଦେବେ। ସେହି ସଭାରେ ପ୍ରଧାନମନ୍ତ୍ରୀ ୪୫ ମିନିଟ୍ ରହି ପୁଣି ହେଲିକପ୍ଟରରେ ଭୁବନେଶ୍ବର ବିମାବନ୍ଦରକୁ ଯିବେ। ୩ଟା ୫୫ରେ ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

publive-imageପ୍ରଧାନମନ୍ତ୍ରୀ ମାତ୍ର ୩ ଘଣ୍ଟା ପାଇଁ ଆସୁଥିଲେ ବି ପ୍ରଶାସନ ଓ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲିକପ୍ଟରରେ ଜଟଣୀ ଯିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ଦୁଇଟି ସ୍ଥାନରେ କାରକେର୍ଡ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ବର ବିମାନବନ୍ଦରରେ ଏକ କାରକେର୍ଡ ପ୍ରସ୍ତୁତ ରହିବା ସହ ଆଇଆଇଟି ନିକଟରେ ଏକ କାରକେର୍ଡ ରହିବ। ଯଦି ମୋଦୀ ହେଲିକପ୍ଟରେ ନ ଯାଇ ରାସ୍ତାରେ ଯିବାକୁ ଚାହିଁବେ, ସେଥି ପାଇଁ ପୁଲିସ୍ ପକ୍ଷରୁ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe