ଆଜି ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଭାରତ-ଚାଇନା ବିବାଦ ନେଇ ଦେଇପାରନ୍ତି ବଡ ସୂଚନା, ଅନଲକ-୨ ନେଇ ଦେଶବାସୀଙ୍କ ପାଇଁ ରଖିପାରନ୍ତି ସୂଚନା ।

922

କନକ ବ୍ୟୁରୋ : ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ ୪ଟା ସମୟରେ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପିଏମଓ ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଆଜି ଅନଲକ-୧ ଶେଷ ହେବାକୁ ଯାଉଛି । ଜୁଲାଇ ୧ରୁ ୩୧ ଯାଏଁ କେବଳ କଣ୍ଟେଟମେଂଟ ଜୋନରେ ଲକଡାଉନ ପାଳନ କରାଯିବ । ସେପଟେ କେନ୍ଦ୍ର ସରକାର ଭାରତ-ଚାଇନା ବିବାଦକୁ ଦୃଷ୍ଟିରେ ରଖି ଗତକାଲି ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି । ତେଣୁ ଏସବୁ ଭିତରେ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ କ’ଣ କହିବେ ତା ଉପରେ ସଭିଙ୍କ ନଜର ରହିଛି । କୁହାଯାଉଛି, ଚାଇନା ସହିତ ବିବାଦ ପ୍ରସଙ୍ଗରେ ମୋଦି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି । ତେବେ ଏନେଇ ପିଏମଓ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ମାର୍ଚ୍ଚରେ ଜନତା କର୍ଫ୍ୟୁର ଘୋଷଣା କରିଥିଲେ । ୨୪ ମାର୍ଚ୍ଚରେ ଲକଡାଉନ-୧ର ଘୋଷଣା କରିଥିଲେ । ୩ ଏପ୍ରିଲରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ଦୀପ ଜଳାଇଥିଲେ । ୧୪ ଏପ୍ରିଲରେ ଲକଡାଉନ-୨ର ଘୋଷଣା କରିଥିଲେ । ଏବଂ ୧୨ ମେ’ରେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ।