ଦେଶକୁ ସମ୍ବୋଧିତ କରିବେ ମୋଦି । ରାତି ୮ଟା ୪୫ ମିନିଟରେ କରୋନା ସ୍ଥିତି ନେଇ କରିବେ ସମ୍ବୋଧନ । 

156

କନକ ବ୍ୟୁରୋ : କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ରାତି ୮.୪୫ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । କରୋନା ପ୍ରସଙ୍ଗରେ କହିପାରନ୍ତି ପ୍ରଧାନମନ୍ତ୍ରୀ । ଏନେଇ ପିଏମଓ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ପ୍ରଧାନମନ୍ତ୍ରୀ କଣ କହିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଦେଶରେ କରୋନା ସ୍ଥିତି ପୁଣି ଅଣାୟତ ହେଉଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । କରୋନାକୁ ନେଇ ଏବେ ଦେଶର ସ୍ଥିତି ଚିନ୍ତାଜନକ ରହିଛି । ତେଣୁ ପ୍ରଧାମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି ବୋଲି କୁହାଯାଉଛି ।