କନକ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା । ୱେବଚ୍ୟାନେଲ ‘ଦି ୱାୟାର’କୁ ଏକ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସତ୍ୟପାଲ । କେବଳ ସେତିକି ନୁହେଁ । ପିଏମ୍ଓ, ଗୃହ ମନ୍ତ୍ରାଳୟ, ଏନଏସଏ ଅଜିତ ଡୋଭାଲଙ୍କ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ।
-ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ମାମଲାରେ ଅନଭିଜ୍ଞ
-ଜମ୍ମୁକାଶ୍ମୀରର ସ୍ଥିତି ନେଇ ଭୁଲ ସୂଚନା ରଖିଛନ୍ତି ମୋଦୀ
-ପୁଲୱାମା ଯବାନଙ୍କ ଉପରେ ଆକ୍ରମଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦାୟୀ
-ତାଙ୍କୁ ଏସଂପର୍କରେ ମୁହଁ ଖୋଲିବାକୁ ମନା କରାଯାଇଥିଲା
-ସିଆରପିଏଫ୍ ଯବାନଙ୍କୁ ନେବା ପାଇଁ ସ୍ୱତନ୍ତ୍ର ବିମାନ ଆବଶ୍ୟକତା ସମ୍ପର୍କରେ ଦାବି କରାଯାଇଥିଲା
-ତକ୍ରାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହ ଏହାକୁ ଅଣଦେଖା କରିଥିଲେ

Advertisment

ରାଜନୈତିକ ସମୀକ୍ଷକ ଓ ସମାଲୋଚକଙ୍କ ମତରେ ୨୦୧୯ ନିର୍ବାଚନ ସମୟରେ ଦେଶରେ ରାଷ୍ଟ୍ରବାଦର ମାହୋଲ ରହିଥିଲା । ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପରେ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ଆହୁରି ଜନମତ ସଙ୍ଗଠିତ ହୋଇଥିଲା । ଏ ପ୍ରସଙ୍ଗରେ ସତ୍ୟପାଲ କହିଛନ୍ତି ପାକିସ୍ତାନ ଉପରେ ଦୋଷ ଲଦିବା ଓ ନିର୍ବାଚନୀ ଫାଇଦା ନେବାକୁ ମୋଦୀ ସେ ସମୟରେ ଚାହିଁଥିଲେ ।

ସତ୍ୟପାଲ୍ କାହିଁକି ଏ ସମୟରେ ଏପରି ମତ ଦେଲେ ତାକୁ ନେଇ ମଧ୍ୟ ଚର୍ଚା ଜୋର ଧରୁଛି । ୨୦୨୦ରେ ତାଙ୍କୁ ଗୋଆରୁ ପରିବର୍ତ୍ତନ କରି ମେଘାଳୟର ରାଜ୍ୟପାଳ କରାଯାଇଥିଲା । ଯେଉଁଥିରେ ଖୁସି ନଥିଲେ ସତ୍ୟପାଲ୍ । ତାଙ୍କୁ ସୁରକ୍ଷାର ଆବଶ୍ୟକତା ଥିବାବେଳେ ଗୃହ ମନ୍ତ୍ରାଳୟ ତାଙ୍କୁ ସୁରକ୍ଷା ଦେଇନଥିବା ଅଭିଯୋଗ ମଧ୍ୟ ରହିଛି ।