କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କମଲ ନାଥ ସରକାର ଭାଙ୍ଗିବା ପଛରେ ଧର୍ମେନ୍ଦ୍ର ପ୍ରଧାନ ନୁହନ୍ତି ମୁଖ୍ୟ ସୂତ୍ରଧର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକଥା ନା କଂଗ୍ରେସ ଦଳର କୌଣସି ନେତା କହିଛନ୍ତି ନା ଅନ୍ୟ କେହି ବିରୋଧୀଦଳର ନେତା । ଏକଥା ଖୁଦ୍ କହିଛନ୍ତି ବିଜେପିର ବରିଷ୍ଠ ନେତା କୈଳାସ ବିଜୟ ବର୍ଗୀ ।
ବିଜେପି ପକ୍ଷରୁ ଚାଷୀ ମାନଙ୍କୁ ନୂତନ ଆଇନ ସପକ୍ଷରେ ବୁଝାଇବାକୁ ବିଜେପି ଏବେ ଚାରିଆଡେ କୃଷି ସମ୍ମିଳନୀର ଆୟୋଜନ କରୁଥିବା ଦେଖିବାକୁ ମିଳିଛି । ଏହି ପରିପେକ୍ଷୀରେ ଏକ କୃଷକ ସଭାକୁ ଉଦବୋଧନ ଦେଇ ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀ କହିଛନ୍ତି କି କମଲନାଥ ସରକାର ଭାଙ୍ଗିବାରେ ଯଦି କେହି ଗୁରୁତ୍ୱପୂର୍ଣ୍ଣ ଭୂୁମିକା ନିର୍ବାହ କରିଥା’ନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଯେଉଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନେଉଛି ତାହା ସମ୍ପୁର୍ଣ୍ଣ ମିଥ୍ୟା । ଶ୍ରୀ ବିଜୟ ବର୍ଗୀ ସଭାରେ ଏକଥା କହିବା ବେଳେ କହିଛନ୍ତି କି ମୁଁ ଏକଥା ଆଗରୁ କାହାକୁ କହି ନାହିଁ । କେବଳ ଆପଣ ମାନଙ୍କୁ କହୁଛି । ହେଲେ ଆପଣ ମାନେ ଏକଥା କାହାରି ଆଗରେ ପ୍ରକାଶ କରିବେ ନାହିଁ
देश के प्रधानमंत्री नरेन्द्र मोदी कांग्रेस की चुनी हुई संवैधानिक सरकारो को असंवैधानिक तरीक़े से गिराते है।
यह ख़ुद भाजपा के ही राष्ट्रीय महासचिव कैलाश विजयवर्गीय कह रहे है।एमपी की कमलनाथ सरकार को मोदी जी ने ही प्रमुख भूमिका निभा गिराया।
कांग्रेस के आरोपो की पुष्टि... pic.twitter.com/IRyR4ZDGPz— Narendra Saluja (@NarendraSaluja) December 16, 2020
ଅନ୍ୟପଟେ ଯେଉଁ କୃଷକ ସମ୍ମିଳନୀରେ ବିଜୟବର୍ଗୀ ଏକଥା କହିଛନ୍ତି ସେହି ସଭାମଂଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଉପସ୍ଥିତ ଥିଲେ । ଏହାପୂର୍ବରୁ ଜୁନ ମାସରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ କହିଥିଲେ କି ବିଜେପିର କେନ୍ଦ୍ରୀୟ ନେତା ମାନେ କଂଗ୍ରେସ ସରକାର ଭାଙ୍ଗିବା କାର୍ଯ୍ୟ କରିଥିଲେ ।
କହିରଖୁ କି ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିବା ପରେ କଂଗ୍ରେସ ଅଭିଯୋଗ କରିଥିଲା କି ବିଜେପି ସ୍ଥିର ସରକାରକୁ ଅସ୍ଥିର କରି ସରକାର ଭାଙ୍ଗିବା ସହ ଗଣତନ୍ତ୍ରର ହତ୍ୟା କରୁଛି । ସେପଟେ ବିଜେପି ନେତା ମାନେ ଜଣଙ୍କ ପରେ ଜଣେ ଏହା ସ୍ୱୀକାର କରିବାରେ ଲାଗିଛନ୍ତି । କୈଳାସ ବିଜୟବର୍ଗୀଙ୍କ ଏଭଳି ବୟାନ ଆସିବା ପରେ କଂଗ୍ରେସ ପକ୍ଷରୁ ତାଙ୍କ ଭାଷଣର ଭିଡିଓକୁ ଟ୍ୱିଟ୍ କରି ବିଜେପି ବିରୋଧରେ ସରକାର ଭାଙ୍ଗିବା ଅଭିଯୋଗ ଅଣାଯାଇଛି । କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା ଟ୍ୱିଟରରେ ଲେଖିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସ୍ଥିର ସରକାରକୁ ଅସାମ୍ବିଧାନିକ ତରିକାରେ ଭାଙ୍ଗିବା ଭଳି ଅପରାଧ କରିଛନ୍ତି । ଏନେଇ ଆଗାମୀ ଦିନରେ ଆଇନର ଦ୍ୱାରସ୍ଥ ହେବ କଂଗ୍ରେସ ।